Below header

ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ରତିକାନ୍ତ ବେହେରା ଆହତ

ଉଦଳା : ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ଆହତ । ମୟୂରଭଞ୍ଜ ଉଦଳା ଅଞ୍ଚଳର ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର କଳାକାର ରତିକାନ୍ତ ବେହେରା ଦୁର୍ଘଟଣାରେ ଆହତ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକରୁ କାର ଯୋଗେ ଫେରୁଥିବା ବେଳେ ନାୟକ ବନ୍ଦର ଠାରେ ଦୁର୍ଘଟଣା ଘଟିଛି ।

ratikantaତାଙ୍କ ସହିତ ଥିବା ତାଙ୍କ ଓକିଲ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି । ଗାୟତ୍ରୀ, ଇନ୍ଦ୍ରଜାଲ, ବଡଘର ବଡ ଗୁମର କଥା, ଶଙ୍ଖା ସିନ୍ଦୁର ଭଳି ବିଭିନ୍ନ ଧାରାବାହିକରେ ଅଭିନୟ କରିଛନ୍ତି ରତିକାନ୍ତ । ଦୁର୍ଘଟଣା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.