Below header

ଓଡ଼ିଶାରୁ ସ୍ୱତନ୍ତ୍ର କରିଡର ଦେଇ ଅକ୍ସିଜେନ ଯୋଗାଣ ଆରମ୍ଭ: ଅନୁଗୁଳ, ଯାଜପୁରରୁ ଆନ୍ଧ୍ର ଓ ମହାରାଷ୍ଟ୍ର ପଠାଗଲା ଟ୍ୟାଙ୍କର

ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଥିବାବେଳେ ଏହି ସଙ୍କଟ ଦୂର କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଅନୁଗୁଳରୁ ବିଶାଖାପାଟଣା ଏବଂ ଯାଜପୁରରୁ ଆନ୍ଧ୍ର ଓ ମହାରାଷ୍ଟ୍ର ଟ୍ୟାଙ୍କର ପଠାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ନିଶା ଥାନା ଜିନ୍ଦଲ ଷ୍ଟଲ ପ୍ଲାଣ୍ଟରୁ ୨୨ ଟନ୍‌ ୧୬୦କେଜି ଅକ୍ସିଜେନ୍‌ ପୋଲିସ ଏକ୍ସକର୍ଟରେ ବିଶାଖାପାଟଣା ଯାଇଛି । ଏହାପରେ ଯାଜପୁରରୁ ଗୋଟିଏ ଅକ୍ସିଜେନ୍‌ ଟ୍ୟାଙ୍କର ବିଶାଖାପାଟଣା ଓ ଅନ୍ୟ ଅକ୍ସିଜେନ୍‌ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେକୁ ଯାଇଛି। ପୋଲିସ ଏସକର୍ଟରେ ଅକ୍ସିଜେନ ନେଇ ଯାଉଥିବା ଗାଡ଼ିଗୁଡିକୁ ଅନ୍ୟ ରାଜ୍ୟକୁ ପଠାଯାଇଛି। ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ମେଡିକାଲ ଅକ୍ସିଜେନ୍‌ ଅବାଧ ଯୋଗାଣ ପାଇଁ ସ୍ୱତନ୍ତ୍ର ଗ୍ରୀନ୍‌ କରିଡର କରାଯାଇଛି। ଓଡ଼ିଶାରୁ ବାହାର ରାଜ୍ୟକୁ ଯାଉଥିବା ଅକ୍ସିଜେନର ଲୋଡିଂ ଓ ଟ୍ରାନସପୋର୍ଟେସନ କାର୍ଯ୍ୟରେ ସମନ୍ଵୟ ରକ୍ଷା ଦିଗରେ କାମ କରିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.