Below header

ସୀମା ଟପିଲା ବର୍ବରତା: ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କୁ ମୃତ ଭାବି ଜଙ୍ଗଲରେ ଫିଙ୍ଗି ଦେଲେ

ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ, ବଂଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଅବସ୍ଥା କଣ ହେବ କୁହନ୍ତୁ ତ । ଏମିତି ବି ଅବସ୍ଥା ହୁଏଯେ ଶେଷରେ ଗୁରୁତର ଅବସ୍ଥାରେ ବଞ୍ଚିଥିବା ମଣିଷଟିକୁ ମରିଯାଇଛି ଭାବି ଫିଙ୍ଗିଦେଇ ଚାଲିଯାଏ ।

ଝାରସୁଗୁଡା (କେନ୍ୟୁଜ): ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ, ବଂଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଅବସ୍ଥା କଣ ହେବ କୁହନ୍ତୁ ତ । ଏମିତି ବି ଅବସ୍ଥା ହୁଏଯେ ଶେଷରେ ଗୁରୁତର ଅବସ୍ଥାରେ ବଞ୍ଚିଥିବା ମଣିଷଟିକୁ ମରିଯାଇଛି ଭାବି ଫିଙ୍ଗିଦେଇ ଚାଲିଯାଏ ।

ସୀମା ଟପିଲା ବର୍ବରତା । ରାଇସ ମିଲରେ କାମ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ବାହାର ରାଜ୍ୟର ଶ୍ରମିକକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଫିଙ୍ଗି ଦେଇଗଲେ କର୍ମଚାରୀ। ଗୁରୁତର ଅବସ୍ଥାରେ ଶ୍ରମିକଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଘଟଣାନୁସାରେ ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ସ୍ଥିତ ସଂଖୋଲିଆ ରାଇସ ମିଲରେ ଉକ୍ତ ଶ୍ରମିକ କାମ କରୁଥିଲେ। ଗତକାଲି ଶ୍ରମିକ ଜଣକ ମିଲରେ କାମ କରୁଥିବା ସମୟରେ ହଠାତ ନିଆଁ ଲାଗିଯିବାରୁ ସେ ଜଳି ଯାଇ ଅଚେତ ହୋଇ ପଡିଯାଇଥିଲେ। ତେବେ ଶ୍ରମିକ ଜଣକ ମୃତ ବୋଲି ତାଙ୍କୁ ହସ୍ପିଟାଲ ନବା ବଦଳରେ ତାଙ୍କୁ ମିଲ ପାଖରେ ଥିବା ଜଙ୍ଗଲରେ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ଆହତ ଶ୍ରମିକ ଜଣକ।

ତେବେ ସ୍ଥାନୀୟ କିଛି ଲୋକେ ଶ୍ରମିକଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଶ୍ରମିକଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ତେବେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦୀମାଲ ଠାରେ ଥିବା ରାଇସ ମିଲରେ ଏହି ଶ୍ରମିକ ଜଣକ କାମ କରୁଥିଲେ । ତେବେ ଏହି ଘଟଣାକୁ ନେଇ ଗତକାଲି ପ୍ରତିକ୍ରିୟା ଦେଇଛନ୍ତି ASP । ସେ କହିଛନ୍ତି ଯେ, ଘଟଣାର ଏପର୍ଯ୍ୟନ୍ତ କୋୖଣସି ପ୍ରକାର ଥାନାରେ ଅଭିଯୋଗ ହୋଇନାହିଁ । ତଥାପି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

ବେଳେ ବେଳେ ମଣିଷ ନିଜର ସ୍ବାର୍ଥ ପାଇଁ ନିଜର ମାନବିକତାକୁ ହରାଇ ବସେ। ଏତେ ସ୍ବାର୍ଥପର ଏବଂ ସମ୍ବେଦନଶୂନ୍ୟ ହୋଇଯାଏ ଯେ ଅମଣିଷ ପାଲଟିଯାଏ। ସବୁ ହିତାହିତ ଜ୍ଞାନ ଭୁଲି ଯାଇ ଏଭଳି ଅମାନବୀୟ କାଣ୍ଡ କରି ବସେ । ତେବେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯିବା ସହିତ ଦୋଷୀକୁ ଧରି ଦଣ୍ଡ ଦେବାକୁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.