ଏଲନ୍‌ ମସ୍କ ସେୟାର କଲେ ହ୍ୟୁମାନାଇଡ୍‌ ରୋବଟ୍‌ ଯୋଗ କରିବାର ଫଟୋ

ରୋବଟର ଏକ ଭିଡିଓ ଏଲନ୍‌ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ରୋବଟ୍ ପ୍ରଣାମ କରୁଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟେସଲାର ହ୍ୟୁମାନାଇଡ୍‌ ରୋବଟ୍‌ ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି । ବର୍ତ୍ତମାନ ଏହି ରୋବଟ୍‌ ପ୍ରୋବେଲ୍‌ମ ସଲଭିଙ୍ଗ୍‌ ଏବଂ ନିଜ ଗୋଡ଼ ହାତକୁ ସେଲ୍ଫ କ୍ୟାଲିବ୍ରେଟ କରିପାରୁଛି । ଏହି ରୋବଟର ଏକ ଭିଡିଓ ଏଲନ୍‌ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ରୋବଟ୍ ପ୍ରଣାମ କରୁଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରୁ ଜଣା ପଡ଼ିଛି ଯେ ରୋବଟ୍‌ ବର୍ତ୍ତମାନ ଦୃଷ୍ଟି ଏବଂ ଜଏଣ୍ଟ ପୋଜିସନ୍ ଏନକୋଡର୍ ସାହାଯ୍ୟରେ ସ୍ପେସରେ ଏହାର ଅଙ୍ଗକୁ ସଠିକ୍ ଭାବରେ ଚିହ୍ନଟ କରିପାରିବ, ଯାହା ଭବିଷ୍ୟତ ମିଶନରେ ସାହାଯ୍ୟ ହେବ ।

ଅପ୍ଟିମସ ରୋବଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଫ୍ଟୱେୟାର ଏବଂ ସେନ୍ସର ରହିଛି ଯାହା ଟେସଲାର ଆଡଭାନ୍ସଡ ଡ୍ରାଇଭର ସହାୟତା ସିଷ୍ଟମ ‘ଅଟୋପାଇଲଟ’ରେ ରହିଥାଏ । ଏହାର ମୂଲ୍ୟ ୨୦,୦୦୦ ଡଲାର (୧୬,୬୧,୯୬୦ ଟଙ୍କା) ହୋଇପାରେ । ଦି ଭର୍ଜ ରିପୋର୍ଟ ଅନୁସାରେ ଏହି ରୋବଟରେ ଘଣ୍ଟା ପ୍ରତି ୨.୩ କିଲୋୱାଟର ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି ଯାହା ସାରା ଦିନର କାମ ପାଇଁ ଠିକ ହୋଇଥାଏ । ଏହି ରୋବଟ୍ ଟେସଲା ଚିପ୍ ଦ୍ୱାରା ଚାଲିଥାଏ ଏବଂ ଏଥିରେ ୱାଇ-ଫାଇ ଏବଂ LTE କନେକ୍ଟିଭିଟି ମଧ୍ୟ ରହିଛି । ଟେସଲା ଏହି ହ୍ୟୁମାନାଇଡ୍ ରୋବଟକୁ ଅଧିକ ସଂଖ୍ୟାରେ ପ୍ରସ୍ତୁତ କରୁଛି ଯାହା ଦ୍ୱାରା ସମସ୍ତେ ଏହାର ଲାଭ ଉଠାଇ ପାରିବେ ।

କିଛି ସମୟ ପୂର୍ବରୁ ଏଲନ ମସ୍କ AI ଡେ ଇଭେଣ୍ଟରେ ରୋବଟ ବିଷୟରେ କହିଥିଲେ ଯେ ମଣିଷ ହାତକୁ ଦୃଷ୍ଟିରେ ରଖି ଏହି ରୋବଟର ହାତ ଡିଜାଇନ୍ କରାଯାଇଛି ଯାହା ଦ୍ୱାରା ଏହା ସହଜରେ ଫ୍ୟାକ୍ଟ୍ରି ଏବଂ ବଡ କାରଖାନାରେ ବିଭିନ୍ନ ଜିନିଷ ସହଜରେ ଉଠାଇ ପାରିବ । ମସ୍କ କହିଛନ୍ତି ଯେ ଆଗାମୀ ସମୟରେ ହ୍ୟୁମାନାଇଡ୍ ରୋବଟ୍ ସାହାଯ୍ୟରେ କାର୍ଯ୍ୟ କରିବାର ଷ୍ଟାଇଲ ବଦଳିଯିବ ଏବଂ ଭବିଷ୍ୟତରେ ଏହା ମଧ୍ୟ ବହୁତ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.