Below header

ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା; ବର୍ଷିୟାନ ଅଭିନେତ୍ରୀ ଓ୍ଵାହିଦା ରେହମାନ ହେବେ ସମ୍ମାନିତ

ବର୍ଷିୟାନ ଅଭିନେତ୍ରୀ ଓ୍ଵାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି।

ବର୍ଷିୟାନ ଅଭିନେତ୍ରୀ ଓ୍ଵାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତ୍ରୀ ଓ୍ଵାହିଦା ରେହମାନଙ୍କୁ ଚଳିତ ବର୍ଷର ଦାଦା ସାହେବ ଫାଲ୍‌କେ ଲାଇଫ୍‌ଟାଇମ ଅଚିଭ୍‌ମେଣ୍ଟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ଏକ୍ସ’ରେ ପୋଷ୍ଟ୍‍ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋତେ ଏହା ଘୋଷଣା କରି ବହୁତ ଖୁସି ଲାଗୁଛି ଯେ ଓ୍ଵାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ପ୍ରତିଷ୍ଠିତ ଦାଦା ସାହେବ ଫାଲ୍‌କେ ଲାଇଫ୍‌ଟାଇମ ଆଚିଭ୍‌ମେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ କରାଯାଉଛି’।

୮୫ ବର୍ଷୀୟା ବଲିଉଡ ଲିଜେଣ୍ଡ ୱାହିଦା ରେହମାନ ନିଜ ଅଭିନୟ ଜରିଆରେ ସିନେମା ଜଗତରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ଗାଇଡ, ପ୍ୟାସା, କାଗଜ କେ ଫୁଲ, ଚୌଦହବିଁ କା ଚାନ୍ଦ, ସାହେବ ବିବି ଔର ଗୋଲାମ, ଖାମୋସି ଆଦି ସୁପରହିଟ ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି।

୫ ଦଶକ ଧରି ବଲିଉଡରେ ରାଜ କରିଥିଲେ ୱାହିଦା। ରେଶମା ଓ ସେରାରେ ଉଚ୍ଚକୋଟୀର ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ସହ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ଏବେ ତାଙ୍କୁ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ ଆୱାର୍ଡ’ରେ ସମ୍ମାନିତ କରାଯିବ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.