ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି, ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ

ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି। ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ । ତାଙ୍କୁ ଦଳ ପୁଣି ଥରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବରେ ନିଯୁକ୍ତି ଦେବା ପରେ ଚର୍ଚ୍ଚା ଜୋର ଧରିଛି ।

ସମ୍ବଲପୁର (କେନ୍ୟୁଜ): ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି। ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ । ତାଙ୍କୁ ଦଳ ପୁଣି ଥରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବରେ ନିଯୁକ୍ତି ଦେବା ପରେ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଆଗରେ କଣ ରହିବ ଚ୍ୟାଲେଞ୍ଜ ? ଚର୍ଚ୍ଚା ହେଉଛି ଆଗାମୀ ସାଧାରଣ ନିର୍ବାଚନରେ ସମ୍ବଲପୁର ଫୋକସରେ ରହିବ। କାରଣ ୨୦୨୪ରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

ଅନ୍ୟପଟେ ସମ୍ବଲପୁରରୁ ଲଢ଼ି ଆସୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୧୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଓ ବିଧାନସଭା ବିଜେପି ହାତେଇଥିଲା । ତେଣୁ ଏଥର ବି ସମ୍ବଲପୁର ବିଗ ଫାଇଟ ଦେଖିବାର ସମ୍ଭାବନା ରହିଛି । ଏବେ ରୋହିତ ପୂଜାରୀ ରେଢ଼ାଖୋଲରୁ ବିଧାୟକ ଅଛନ୍ତି । ତେଣୁ ସମ୍ବଲପୁର ଜିଲ୍ଲାର ବିଜେଡି ସଂଗଠନ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବୋଲି କୁହାଯାଉଛି । ରୋହିତ କଣ ରେଢାଖୋଲ ଛାଡ଼ି ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ? ନା ଲୋକସଭା କ୍ଷେତ୍ରରୁ ଲଢ଼ିବେ । ଦାୟିତ୍ବ ମିଳିଥିବାରୁ ବିଜେଡି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋହିତ ପୂଜାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.