ଲିଭ୍‌ ଇନ୍‌ ରିଲେସନସିପ୍‌ ରେ ରହିବାକୁ ନେଇ ଝଗଡା, ଚାଲିଗଲା ୩ ଜୀବନ

ମହାରାଷ୍ଟ୍ରର ଅମରବାସୀରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ଯୁବକ ଓ ଯୁବତୀ ମଧ୍ୟରେ ଝଗଡା ଯୋଗୁ ଚାଲିଗଲା ୩ ଜୀବନ । 

ଯୁବକ ଓ ଯୁବତୀ ମଧ୍ୟରେ ଝଗଡା ଯୋଗୁ ଚାଲିଗଲା ୩ ଜୀବନ ।  ଦୁଇ ଜଣ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ହେଲେ ଝଗଡା ହେବାରୁ ଅଲଗା ହୋଇଯାଇଥିଲେ । ପରେ ପ୍ରେମିକାକୁ ବୁଝେଇବା ପାଇଁ ପ୍ରେମିକ ଜଣକ ତାଙ୍କ ଘରକୁ ଆସିଥିଲେ । ହେଲେ ସେଠାରେ କିଛି ଏପରି ହୋଇଥିଲା ଯେଉଁଥିରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ପ୍ରେମିକ ଜଣକ ଆତ୍ମହତ୍ୟା କରିଥିଲେ । ମହାରାଷ୍ଟ୍ରର ଅମରବାସୀରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ମୁତାବକ, ପ୍ରେମିକାଙ୍କ ଠାରୁ ଅଲଗା ହେବା ଯୋଗୁ ପ୍ରେମିକ ନିଜକୁ ସମ୍ଭାଳିନପାରି ରାଗିଯାଇଥିଲେ । ସେ ବଡଲି ଗାଁରେ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମିକାଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା ଓ ଭାଇକୁ ପ୍ରଥମେ ନିଆଁ ଲଗାଇ ହତ୍ୟା କରିଥିଲେ । ପୋଲିସ୍ ଗତ ସୋମବାର ଏହି ସୂଚନା ଦେଇଛି ଯେ, ଆତ୍ମହତ୍ୟା କରିଥିବା ଯୁବକ ଜଣକ ୨୫ ବର୍ଷୀୟ ଆଶିଷ ଠାକରେ । କିଛି ମାସ ପୂର୍ବରୁ ଝଗଡା ପାଇଁ ଅଲଗା ହେବା ଯୋଗୁ ସେ ବହୁତ ଚିନ୍ତିତ ଥିଲେ ।

ଉଭୟ ପ୍ରାୟ ୩ ବର୍ଷରୁ ଅଧିକ ସମୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ହେଲେ ଝଗଡା ଯୋଗୁ ପ୍ରେମିକା ତାଙ୍କୁ ଛାଡି ତାଙ୍କ ମା’ଙ୍କ ଘରକୁ ଚାଲିଯାଇଥିଲେ । ସେଥିପାଇଁ ଆଶିଷ ଠାକରେ ତାଙ୍କ ପ୍ରେମିକାଙ୍କୁ ବୁଝାଇ ଏବଂ ନିଜ ସହିତ ଆଣିବା ପାଇଁ ଚେଷ୍ଟା କରିଥିଲେ । ହେଲେ ପ୍ରେମିକାଙ୍କ ମା ଓ ଭାଇ ଆଶିଷଙ୍କ ସହିତ ଫେରିବାରୁ ଅଟକାଇଥିଲେ । ଯାହାଫଳରେ ରାଗରେ ଆଶିଷ ଗତ ରବିବାର ପ୍ରାୟ ୧ ବେଳେ ଯୁବତୀଙ୍କ ମା ଓ ଭାଇଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ ।

ଏହାପରେ ଆଶିଷ ପ୍ରେମିକାଙ୍କ ୪୫ ବର୍ଷୀୟ ମା ଲତା ଏସ ଭେଣ୍ଡେ ଏବଂ ୨୦ ବର୍ଷୀୟ ଭାଇ ପ୍ରଣୟଙ୍କୁ ଜଳେଇବା ପାଇଁ ଘରେ ନିଆଁ ଲଗାଇଦେଇଥିଲେ । ଘରେ ନିଆଁ ଲାଗିଥିବାର ଦେଖି ଘରର ଆଖପାଖ ଲୋକ ସାହାଯ୍ୟ କରିବା ପାଇଁ ଦୌଡି ଆସିଥିଲେ । ସେହି ସମୟରେ ଆଶିଷ ନିଜେ ମଧ୍ୟ ନିଆଁକୁ ଡେଇଁ ପଡିଥିଲେ । ଫଳରେ ତିନି ଜଣ ଗମ୍ଭୀର ଭାବେ ଜଳି ଯାଇଥିଲେ ଏବଂ ୩ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ଅମରବତୀ ପୋଲିସ ହତ୍ୟା ଓ ଆତ୍ମହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.