Below header

ରାଜ୍ୟର ୨୯ଟି ବିଭାଗରେ କାର୍ଯ୍ୟ କରୁଛନ୍ତି ଏସଏଚଜି ମହିଳା, ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭରେ ସୂଚନା ଦେଲେ ମିଶନ ଶକ୍ତି ନିର୍ଦ୍ଦେଶିକା

ଧାନ ସଂଗ୍ରହ ଠାରୁ ବିଜୁଳି ବିଲ୍‌ ଆଦାୟ, ଅଙ୍ଗନବା଼ଡିର ଛୋଟ ଶିଶୁଙ୍କ ପାଇଁ ଘରେ ରାସନ ପହଞ୍ଚାଇବା ଠାରୁ ଇକୋ ଟୁରିଜିମ୍‌ର ପରିଚାଳନା ଓ ଅନ୍ୟ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସାମିଲ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା।

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ଏକ ଲକ୍ଷ ସ୍ୱୟଂ ସହାୟକ ମହିଳା ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଧାନ ସଂଗ୍ରହ ଠାରୁ ବିଜୁଳି ବିଲ୍‌ ଆଦାୟ, ଅଙ୍ଗନବା଼ଡିର ଛୋଟ ଶିଶୁଙ୍କ ପାଇଁ ଘରେ ରାସନ ପହଞ୍ଚାଇବା ଠାରୁ ଇକୋ ଟୁରିଜିମ୍‌ର ପରିଚାଳନା ଓ ଅନ୍ୟ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସାମିଲ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା। ଏସଏଚଜି ରାଜ୍ୟର ୨୯ଟି ବିଭାଗରେ କାର୍ଯ୍ୟ କରୁଥିବା କହିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭରେ ନାରୀ ସଶକ୍ତିକରଣ ଉପରେ ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ସମାଜ ପାଇଁ, ସମୁଦାୟ, ପାଇଁ, ରାଜ୍ୟ ଓ ଦେଶରେ ଯଦି ମହିଳା ସଶକ୍ତିକରଣ ନହେବେ ଏହା ବିଶାଳ କ୍ଷତି। ମଣିଷ ଭାବେ ପ୍ରତି ମହିଳା, ପ୍ରତି ବାଳିକାଙ୍କ ଅଭିଳାଷ ରହିବା ସେମାନଙ୍କ ଅଧିକାର। ସଶକ୍ତ ହେବା ତାଙ୍କ ଅଧିକାର।

ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଶ୍ୱର ପ୍ରତି କୋଣରେ, ପ୍ରତି ଦେଶରେ ମହିଳା ମାନଙ୍କୁ ସଶକ୍ତ କରାଯାଇଛି। ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଶାସନ ବ୍ୟବସ୍ଥାର ଏକ ନିୟମ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିଶ୍ୱାସ କରେ। ଏହା ସହ ବୁଝାମଣା କରାଯାଇପାରିବ ନାହିଁ। ଏଥିପାଇଁ ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ମିଶନ ଶକ୍ତି ଭାବେ ସ୍ୱତନ୍ତ୍ର ବିଭାଗ ରହିଛି। ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବଜେଟର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା। ମିଶନ ଶକ୍ତି ସହିତ ୱାର୍ଲଡ ସ୍କିଲ ସେଣ୍ଟରର ସହଭାଗିତା ଆରମ୍ଭ ହୋଇଛି। ମିଶନ ଶକ୍ତି ମା ମାନଙ୍କୁ ୱାର୍ଲଡ ସ୍କିଲ ସେଣ୍ଟରରେ ବିଭିନ୍ନ ବିଷୟରେ ତାଲିମ ଦିଆଯିବ ବୋଲି ଆଲୋଚନା ବେଳେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.