Below header

ଗୋଧ୍ରା କାଣ୍ଡର ୮ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌, ୪ ଦୋଷୀଙ୍କ ଜାମିନ୍‌ ନାମଞ୍ଜୁର କଲେ କୋର୍ଟ

ଗୁଜରାଟର ଗୋଧ୍ରାରେ ଟ୍ରେନ୍‌ରେ ନିଆଁ ଲଗାଇ ୫୯ ଲୋକଙ୍କୁ ହତ୍ୟା ମାମଲାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ସମସ୍ତ ଦୋଷୀଙ୍କୁ ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଗୁଜରାଟର ଗୋଧ୍ରାରେ ଟ୍ରେନ୍ କୋଚ୍‌ରେ ନିଆଁ ଲଗାଇ ୫୯ ଲୋକଙ୍କୁ ହତ୍ୟା ମାମଲାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ସମସ୍ତ ଦୋଷୀଙ୍କୁ ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୧୭-୧୮ ବର୍ଷ ଜେଲରେ ରହିବା ଆଧାରରେ ଦୋଷୀମାନଙ୍କୁ ଜାମିନ ପ୍ରଦାନ କରାଯାଇଛି। ନିମ୍ନ ଅଦାଲତଙ୍କ ଦ୍ୱାରା ଫାଶୀଦଣ୍ଡ ଦିଆଯାଇଥିବା ୪ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରିଛନ୍ତି।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ବେଞ୍ଚ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛି। ଚଳିତ ବର୍ଷ ଫେବୃଆରୀ ୨୦ରେ ଦୋଷୀମାନଙ୍କ ବୟସ ଏବଂ ଜେଲରେ ବିତାଇଥିବା ସମୟ ସମେତ କୋର୍ଟ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମାଗିଥିଲେ। ସଲିସିଟର ଜେନେରାଲ ତୁଷାର ମେହେତା ଗୁଜରାଟ ସରକାରଙ୍କ ପକ୍ଷ କୋର୍ଟରେ ଉପସ୍ଥାପନ କରିଥିଲେ।

କହି ରଖୁଛୁ, ୨୦୦୨ ଫେବୃଆରୀ ୨୭ରେ ଗୋଧ୍ରା ସାବରମତୀ ଏକ୍ସପ୍ରେସର S-6 କୋଚ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଉକ୍ତ କୋଚ୍‌ରେ କର ସେବକମାନେ ଥିଲେ। ୫୯ ଜଣଙ୍କର ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିଲା। ଭାରତ ବିଭାଜନ ପରେ ଗୋଧ୍ରାକାଣ୍ଡ ଦେଶର ସବୁଠାରୁ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.