Below header

ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ହେବ ଆଲୋଚନା

ଆଜି ବସୁଛି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ। ଦିନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିବ ବୈଠକ । ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟର ଅଗ୍ରଗତି ଏବଂ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ପୁରୀ (କେନ୍ୟୁଜ): ଆଜି ବସୁଛି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ। ଦିନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିବ ବୈଠକ । ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟର ଅଗ୍ରଗତି ଏବଂ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଲୋକାର୍ପଣ ଉତ୍ସବ ପାଇଁ କିଭଳି ପ୍ରସ୍ତୁତି ସରିଛି ଆଉ କେଉଁ କେଉଁ କାର୍ଯ୍ୟ ବାକି ରହିଛି ତାହାଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଶ ବିଦେଶରେ ଯେଉଁ ବିଶିଷ୍ଟ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେନେଇ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ ବିଶାଲ ସିଂ, ଛତିଶା ନିଯୋଗ ମହାନାୟକ ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଯୋଗ ଦେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.