ମାତିଲେ ଲୁଟେରା: ରାତି ଅଧରେ ୨ଟି ଏଟିଏମ କାଟି ଲୁଟିନେଲେ ୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଦୁଇ ଦୁଇଟି ATMରୁ ଲୁଟ୍ । ଗ୍ୟାସ୍ କଟରରେ ଦୁଇଟି ଏଟିଏମ କାଟି ଲୁଟିନେଲେ ୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳରୁ ଲୁଟ ହୋଇଛି ।

ସୋର (କେନ୍ୟୁଜ): ଦୁଇ ଦୁଇଟି ATMରୁ ଲୁଟ୍ । ଗ୍ୟାସ୍ କଟରରେ ଦୁଇଟି ଏଟିଏମ କାଟି ଲୁଟିନେଲେ ୩୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳରୁ ଲୁଟ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ ଲୁଟେରା ଆସି ଟଙ୍କା ଲୁଟିଛନ୍ତି। ଖଇରା ଥାନା ତୁଡିଗଡ଼ିଆ ବଜାର ପୋଷ୍ଟ ଅଫିସ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଓ ସୋର ଥାନା ମଙ୍ଗଳପୁର ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ଲୁଟ୍ କରିଛନ୍ତି ଲୁଟେରା । ଲୁଟ ପରେ ସ୍ଥାନୀୟ ଅଞ୍ଚଳରେ ବୋମା ଫୁଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି । ଗତ ମଙ୍ଗଳବାର ଏଟିଏମରେ ୧୨ ଲକ୍ଷ ଟଙ୍କା ଭର୍ତ୍ତି କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଏପରି ଏଟିଏମରୁ ଲୁଟ୍ ଖବର ବାରମ୍ବାର ସାମ୍ନାକୁ ଆସୁଛି । ସାଧାରଣତଃ ଏଟିଏମ୍‌ ମେସିନ୍‌ କାଟି ଲୁଟିବା ବେଳେ ଆଲାରାମ୍ ବାଜିଥାଏ । ସେହିଭଳି ଏଟିଏମ୍‌ ପରିଚାଳନା କରୁଥିବା ମୁଖ୍ୟ କାର୍ଯ୍ୟାଳୟକୁ ଡାଉନ୍‌ କଲ୍‌ ବି ଯାଇଥାଏ । କିନ୍ତୁ ଏହି କ୍ଷେତ୍ରରେ ଏଭଳି କିଛି ହୋଇଛି କି ନାହିଁ ସେ ବିଷୟରେ କିଛି ସୂଚନା ମିଳି ନାହିଁ । ଏହାର ଫାଇଦା ନେଇ ଅତି ସହଜରେ ଦୁର୍ବୃତ୍ତମାନେ ଖସିଯାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.