ଜେଲ କର୍ମଚାରୀଙ୍କୁ ଦେଖି ଭୟରେ ମୋବାଇଲ ଗିଳିଦେଲା କଏଦୀ, ବିନା ଅପରେସନରେ ପେଟରୁ ଫୋନ ବାହାର କଲେ ଡାକ୍ତର

ରାଜସ୍ଥାନର ଜୟପୁରର ସେଣ୍ଟ୍ରାଲ ଜେଲରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଏଦୀର ଏଭଳି କାଣ୍ଡରେ ଜେଲରେ ହଇଚଇ ସୃଷ୍ଟି ହୋଇଥିଲା । ଜେଲରେ ବନ୍ଦ ଥିବା ଜଣେ କଏଦୀ ରୁଟିନ ଚେକିଂ ସମୟରେ ଏକ ମୋବାଇଲ ଫୋନ ଗିଳି ଦେଇଥିଲା ।

ଜେଲରେ ଥିବା କଏଦୀମାନେ ଲୁଚା ଛପାରେ ଫୋନ ବ୍ୟବହାର କରନ୍ତି । ତେଣୁ ଜେଲ ପ୍ରଶାସନ ତରଫରୁ ଏନେଇ ପ୍ରତିଦିନ ଯାଞ୍ଚ କରାଯାଏ । କିନ୍ତୁ କଏଦୀମାନେ ଯେକୌଣସି ଉପାୟରେ ହେଉନା କାହିଁକି ମୋବାଇଲ ଲୁଚାଇ ରଖିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜେଲରେ ଥିବା ଜଣେ କଏଦୀଙ୍କ ମୋବାଇଲ ଲୁଚାଇ ରଖିଥିବା ଘଟଣା ବିଷୟରେ କହିବାକୁ ଯାଉଛୁ । କଏଦୀ ଜଣକ ଜେଲ କର୍ମଚାରୀଙ୍କ ନିକଟରେ ଧରା ପଡ଼ିଯିବା ଭୟରେ ଏପରି କିଛି କାଣ୍ଡ କରିଥିଲା ଯାହାକୁ ନେଇ ଜେଲ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ରାଜସ୍ଥାନର ଜୟପୁରର ସେଣ୍ଟ୍ରାଲ ଜେଲରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଏଦୀର ଏଭଳି କାଣ୍ଡରେ ଜେଲରେ ହଇଚଇ ସୃଷ୍ଟି ହୋଇଥିଲା । ଜେଲରେ ବନ୍ଦ ଥିବା ଜଣେ କଏଦୀ ରୁଟିନ ଚେକିଂ ସମୟରେ ଏକ ମୋବାଇଲ ଫୋନ ଗିଳି ଦେଇଥିଲା । ପରେ ତାକୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ତେଣୁ ତୁରନ୍ତ କଏଦୀକୁ ଏସଏମଏସ ଡାକ୍ତରଖାନାକୁ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତରମାନେ କଏଦୀର ଏକ୍ସ-ରେ କରିଥିଲେ ଯେଉଁଥିରେ କଏଦୀ ଶରୀରରେ ମୋବାଇଲ୍ ଫୋନ୍ ରହିଥିବା ଦେଖାଯାଇଥିଲା।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଡାକ୍ତରମାନେ ଅପରେସନ ନକରି ଏଣ୍ଡୋସ୍କୋପି ମାଧ୍ୟମରେ କଏଦୀ ମୁହଁରୁ ମୋବାଇଲ ଫୋନକୁ ବାହାର କରିଥିଲେ । କଏଦୀ ଶରୀରରୁ ମୋବାଇଲ ବାହାରିବା ପରେ କଏଦୀର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଥିଲା । କଏଦୀର ଏଭଳି କାଣ୍ଡ ପରେ ଜେଲ ପ୍ରଶାସନ ଉକ୍ତ କଏଦୀ ବିରୁଦ୍ଧରେ ଲାଲ କୋଠୀ ଥାନାରେ ଅଭିଯୋଗ କରିଛି । ଏଥିସହ ଜେଲରେ ଥିବା କଏଦୀ ନିକଟରେ ମୋବାଇଲ୍ ଫୋନ୍ କିପରି ପହଞ୍ଚିଲା ତାକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ।

ଜେଲରେ କଏଦୀମାନଙ୍କ ପାଖରେ ମୋବାଇଲ୍ ଫୋନ୍ ଥିବା ଘଟଣା ପ୍ରତିଦିନ ଶୁଣିବାକୁ ମିଳେ । ଏଥିପାଇଁ ଜେଲ ପ୍ରଶାସନ କଏଦୀମାନଙ୍କର ନିୟମିତ ଯାଞ୍ଚ କରି ମୋବାଇଲ ଖୋଜିଥାଏ । ଜୟପୁରର ସେଣ୍ଟ୍ରାଲ ଜେଲରେ ମଧ୍ୟ ଜାନୁଆରୀ ୫ରେ ରୁଟିନ୍ ଯାଞ୍ଚ କରାଯାଉଥିଲା । ଏହି ସମୟରେ ହିଁ ଜଣେ କଏଦୀ ନିଜ ପାଖରେ ଲୁଚାଇ ରଖିଥିବା ଫୋନକୁ ଗିଳି ଦେଇଥିଲା ।

ଜେଲ ଅଧୀକ୍ଷକ ଓମପ୍ରକାଶ କହିଛନ୍ତି ଯେ ଜାନୁୟାରୀ ୫ରେ ଜେଲ ଭିତରେ ଜଣେ କଏଦୀ କିଛି ସନ୍ଦେହଜନକ କାର୍ଯ୍ୟ କରୁଥିବା ଜେଲ କର୍ମଚାରୀ ଦେଖିବାକୁ ପାଇଥିଲେ। କର୍ମଚାରୀମାନେ କଏଦୀ ନିକଟକୁ ଯିବା କ୍ଷଣି ସେ କିଛି ଗିଳି ଦେଇଥିଲା । ପରେ କଏଦୀକୁ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ ହେଲା । ପରେ ଜଣାପଡିଥିଲା ଯେ କଏଦୀ ଜଣକ ମୋବାଇଲ୍ ଫୋନ୍ ଗିଳି ଦେଇଛି । ଜେଲ କର୍ମଚାରୀ ବିଳମ୍ବ ନକରି କଏଦୀକୁ ତୁରନ୍ତ ହସ୍ପିଟାଲ ନେଇଥିଲେ ।

ପ୍ରାଥମିକ ଚିକିତ୍ସା ପରେ ତାକୁ ଏସଏମଏସ ହସ୍ପିଟାଲକୁ ରେଫର କରାଯାଇଥିଲା । ଏସଏମଏସ ହସ୍ପିଟାଲରେ କଏଦୀର ପ୍ରଥମେ ଏକ୍ସ-ରେ କରାଯାଇଥିଲା ଯେଉଁଥିରେ କଏଦୀ ପେଟରେ ମୋବାଇଲ ଫୋନ ଦେଖାଯାଇଥିଲା । ଏହା ପରେ ଅପରେସନ୍ ନକରି କେବଳ ଏଣ୍ଡୋସ୍କୋପି ମାଧ୍ୟମରେ ଡାକ୍ତରମାନେ କଏଦୀ ମୁହଁରୁ ମୋବାଇଲ୍ ବାହାର କରିଥିଲେ। ଏଭଳି ଘଟଣା ପରେ ଜେଲ ପ୍ରଶାସନ ଅଧିକ ସତର୍କ ହୋଇଛି । ସମ୍ପୃକ୍ତ ଘଟଣାକୁ ନେଇ ଥାନାରେ ରିପୋର୍ଟ ଲେଖାଯାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.