Below header

ନିଜ ହାତରେ ଦେଶୀ ଖାଦ୍ୟ ପ୍ରସ୍ତୁତ କରି ପରଷି ଦେଉଛନ୍ତି ଏସଏଚଜି ମହିଳା, ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ

ସୁସ୍ଵାଦୁ ବ୍ୟଞ୍ଜନରେ ମହକି ଉଠୁଛି ସାରା ପରିବେଶ । ଖାଲି ରୋଷେଇ ନୁହେଁ ଏସବୁ ଖାଦ୍ୟ ପ୍ରସ୍ତୁତ କରିବା ପରେ ତାକୁ ନେଇ ବିକ୍ରି ମଧ୍ୟ କରୁଛନ୍ତି । ଆଉ ଦିପଇସା ରୋଜଗାର ବି କରୁଛନ୍ତି ।

ସୁବର୍ଣ୍ଣପୂର୍ଣ୍ଣ(କେନ୍ୟୁଜ୍) : ଚାଲିଛି ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତି । କାମରେ ଲାଗିପଡିଛନ୍ତି ମହିଳାମାନେ । ମଞ୍ଚୁରିଆନ୍ ପାଇଁ ଚାଲିଛି କୋବି ପକୁଡି ଛଣା, ଏପଟେ ପୁଣି ପିଠା ସାଙ୍ଗକୁ ବେସନ ଦିଆ ଶିମିଲା ଲଙ୍କା ଛଣା । ମହକି ଉଠୁଛି ସାରା ପରିବେଶ । ଖାଲି ରୋଷେଇ ନୁହେଁ ଏସବୁ ଖାଦ୍ୟ ପ୍ରସ୍ତୁତ କରିବା ପରେ ତାକୁ ନେଇ ବିକ୍ରି ମଧ୍ୟ କରୁଛନ୍ତି । ଆଉ ଦିପଇସା ରୋଜଗାର ବି କରୁଛନ୍ତି ।

ହଁ ଆଜ୍ଞା, ସଶକ୍ତ ଓଡିଶା ସଶକ୍ତ ମହିଳା । ଠିକ୍ କହିଲୁ ନା । ମହିଳା ମାନଙ୍କୁ ଆଗକୁ ଆଣିବା ସହ ସ୍ଵାବଲମ୍ୱି ହୋଇ କିଭଳି ସେମାନେ ଆତ୍ମନିର୍ଭରଶୀଳ ହୋଇ ପାରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ଅନେକ ସୁବିଧା ସୁଯୋଗ । ମହିଳା ମାନଙ୍କ ବିକାଶ ଏବଂ ଶସକ୍ତି କରଣ ଉପରେ ସବୁ ବେଳେ ସର୍ବାଧିକ ପ୍ରାଥମିକତା ଦେଇ ଆସୁଛନ୍ତି ।

ଏହି ପରିପେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ୱାର୍ଡ ନଂ-୧୨ ରେ ଥିବା ଏହି ବଜରଂଙ୍ଗ ବଳୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ କାହାଣୀ ଏବେ ସମାନାକୁ ଆସିଛି । ବ୍ୟାଙ୍କ ରୁ ଋଣ ଆଣି ଆରମ୍ଭ କରିଛନ୍ତି ଏମାନେ ବ୍ୟବସାୟ । ଦେଶୀ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କ ପାଖରେ ହୋଇପାରିଛନ୍ତି ପ୍ରିୟ ଭାଜନ । ମହିଳାଙ୍କ ହାତ ତିଆରି ଚାଉଳ ଚୁନାରେ କାକରା ପିଠା, ରାଷିପୁର ଦିଆ ମଣ୍ଡା, ଆରିଷା ପିଠା , ମଞ୍ଚୁରିଆନ୍ , ବେସନରେ ଶିମିଲା ଲଙ୍କା ଛାଣି କରି ବିକ୍ରୟ କରୁଛନ୍ତି ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା ।

ଏମାନେ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ପରଷି ଦେଉଥିବାରୁ ତାଙ୍କ ଷ୍ଟଲରେ ଗହଳି ହେଉଥିବା ଦେଖିବାକୁ ମିଳିଛି। ଫଳରେ ଦୁଇ ପଇସା ଅଧୀକ ଲାଭ କରିପାରୁଛନ୍ତି ଏସଏଜି ମହିଳା । ମଝିରେ ମଝିରେ ଫୁଡ ଇନସସ୍ପେକଟର ଆସି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ।

ସତ କହିବାକୁ ଗଲେ ବର୍ତ୍ତମାନ ସମାଜର ସଂଘର୍ଷପୂର୍ଣ୍ଣ ଜୀବନ ଭିତରେ ନାରୀଟିଏ ଆଉ ଅବଳା କି ଦୂର୍ବଳା ନୁହେଁ । ସେ ନିଜକୁ ଆଉ ଅବହେଳିତ କରିବାକୁ ସେ ଦେଉନାହିଁ। କିନ୍ତୁ ନିଜର ଉପସ୍ଥିତି ସେ ସବୁ କ୍ଷେତ୍ରରେ ପ୍ରମାଣିତ କରିପାରିବାରେ ସକ୍ଷମ ହୋଇସାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.