Below header

ଜେଇଇ ମେନର ଓଡ଼ିଶା ଟପର୍ ଶିବାଶିଷ ନାୟକ : ୯୯.୯୮ % ମାର୍କ ରଖି ଏକ ନମ୍ବର ସ୍ଥାନ ହାସଲ

ଭୁବନେଶ୍ବର (କେନ୍ୟୁଜ୍) :ଚଳିତବର୍ଷ ଜେଇଇ ମେନର ଓଡ଼ିଶା ଟପର୍ ହୋଇଛନ୍ତି ଶିବାଶିଷ ନାୟକ । ୯୯.୯୮ ପ୍ରତିଶତ ମାର୍କ ରଖି ସେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ଶିବାଶିଷ ପଦାର୍ଥ ବିଜ୍ଞାନରେ ୯୯.୯୯%, ରସାୟନ ବିଜ୍ଞାନରେ ୯୯.୯୨%, ଗଣିତରେ ୯୯.୯୪% ମାର୍କ ରଖିଛନ୍ତି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ହେଉଛନ୍ତି ଶିବାଶିଷ । ତାଙ୍କର ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିଦେଇଛି ।

ସେପଟେ ସର୍ବଭାରତୀୟ ସ୍ତରରେ ଶତପ୍ରତିଶତ ମାର୍କ ରଖି ଭୋପାଳର ଧ୍ରୁବ ଆରୋରା ଟପର୍ ହୋଇଛନ୍ତି । ଜାନୁଆରି ୮ରୁ ୧୨ ତାରିଖ ପର‌୍ୟ୍ୟନ୍ତ ହୋଇଥିଲା ପ୍ରଥମ ପର‌୍ୟ୍ୟାୟ ପରୀକ୍ଷା । ସାରା ଦେଶରୁ ୮ ଲକ୍ଷ ୭୪ ହଜାର ୪୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.