Below header

ଭାରତୀୟଙ୍କୁ କାହିଁକି ପସନ୍ଦ ଧଳା ରଙ୍ଗର କାର, ଜାଣନ୍ତୁ କାରଣ ?

ନୂଆଦିଲ୍ଲୀ : ଜର୍ମାନୀର ବିଶିଷ୍ଠ ରାସାୟନିକ କମ୍ପାନି ଈଇଝୠ ନିଜର ଏକ ରିପୋର୍ଟରେ ପ୍ରକାଶ କରିଛି କି, ୨୦୧୮ମସିହାରେ ଭାରତରେ ପ୍ରାୟ ୪୩ ପ୍ରତିଶତ ଲୋକ ଧଳା ରଙ୍ଗର କାର କିଣିଛନ୍ତି। ଧଳା ରଙ୍ଗର କାର ପରେ ଗ୍ରେ ଏବଂ ସିଲଭର ରଙ୍ଗର କାର ପସନ୍ଦ କରିଛନ୍ତି ଭାରତୀୟ । ଏହି ରଙ୍ଗ କାର ମାନଙ୍କର ବିକ୍ରି ଗତ ବର୍ଷ ୧୫-୧୫ ପ୍ରତିଶତ ରହିଛି। ତେବେ ଏହା ବାଦ ନାଲି ରଙ୍ଗର କାରର ବିକ୍ରି ୯ ପ୍ରତିଶତ ହୋଇଥିବା ବେଳେ ୭ ପ୍ରତିଶତ ବ୍ଳୁ ରଙ୍ଗର କାର ଏବଂ ୩ ପ୍ରତିଶତ କଳା ରଙ୍ଗର ବିକ୍ରି ହୋଇଛି। ଆସନ୍ତୁ ଜାଣିବା ଭାରତୀୟଙ୍କୁ କାହିଁକି ପସନ୍ଦ ଧଳା ରଙ୍ଗର କାର।

car

ବିଏଏସଏଫର ଡିଜାଇନ ମୁଖ୍ୟଙ୍କ ଅନୁଯାୟୀ, ଭାରତୀୟ ବଜାରରେ ପର୍ଲ ୱାଇଟ (ମୋତି ରଙ୍ଗ)ର ଛୋଟ କାର ଗୁଡ଼ିକ ଅଧିକ ଲୋକପ୍ରିୟ। ତେବେ ଭାରତରେ ଭିଷଣ ଖରାକୁ ଦେଖି ଗ୍ରାହକ ଧଳା ରଙ୍ଗର କାର ଅଧିକ ପସନ୍ଦ କରନ୍ତି। କାରଣ ଏହା ଅନ୍ୟ ରଙ୍ଗ କାର ତୁଳନାରେ କମ ଗରମ ହୋଇଥାଏ। ଏହାଛଡ଼ା ଦ୍ବିତୀୟ କାରଣ ଧଳା କାର ଗୁଡ଼ିକ ଲକଜଜ୍ବୁରୀୟସ୍ ଲୁକ୍ ମଧ୍ୟ ଦେଇଥାଏ। ତେବେ ଧଳା କାର ଗୁଡ଼ିକର ପୁନଃ ବିକ୍ରି ମୂଲ୍ୟ ମଧ୍ୟ ଅଧିକ ରହିଥାଏ ବୋଲି କୁହାଯାଇଥାଏ।

car 2

ତେବେ ୨୦୧୮ ମସିହାରେ ଏସୟୁଭି ମଧ୍ୟ ଧଳା ରଙ୍ଗର ଅଧିକ ବିକ୍ରି ହୋଇଛି। ରିପୋର୍ଟ ମୁତାବକ ବିକ୍ରି ମଧ୍ୟରେ ୪୧ ପ୍ରତିଶତ ଧଳା ରଙ୍ଗର ଏସୟୁଭି ରହିଥିଲା। ଏଣୁ ଭାରତୀୟ କାର ଶୋ ରୁମ୍ ମାନଙ୍କରେ ଅନ୍ୟନ୍ୟା ରଙ୍ଗ ଅପେକ୍ଷା ଧଳା ରଙ୍ଗର ଅଧିକ କାର ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.