ଠାକୁରଙ୍କୁ ବି ଛାଡିଲେନି ଲୁଟେରା : ମନ୍ଦିର କବାଟ ଭାଙ୍ଗି ଲକ୍ଷାଧିକ ସୁନା ଗହଣା ସହ ଟଙ୍କା ଚୋରି

ଜଟଣୀ(କେନ୍ୟୁଜ୍): ଠାକୁରଙ୍କୁ ବି ଛାଡିଲେନି ଲୁଟେରା। ଜଟଣୀ ପାତ୍ରପଡା ରାଧାମୋହନ ମନ୍ଦିରରୁ ସୁନା ଗହଣା ସହ ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ସକାଳୁ ମନ୍ଦିର ପୂଜକ କବାଟ ଭଙ୍ଗାଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛି ଦିନ ତଳେ ରାୟଗଡ଼ା ମଝିଘରିଆଣି ମନ୍ଦିରରୁ ଦୁର୍ବୃତ୍ତମାନେ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.