Below header

ମା ଅମୃତାଙ୍କ ସହ ଥାନାରେ ସାରା, ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନିକଟରେ ତାଙ୍କ ମା ଅମୃତା ସିଂଙ୍କ ସହ ଡେରାଡୁନର କ୍ଲେମେଟାଇନ ଥାନରେ ନଜର ଆସିଥିଲେ। ସୂଚନା ଅନୁଯାୟୀ, ଶନିବାର ଦିନ ସାରାଙ୍କ ମାମୁଁ ଲେଖକ ମଧୁସୂଦନ ବିମ୍ବେଟଙ୍କର ଦେହାନ୍ତ ହୋଇଯାଇଥିଲା। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଖବର ଶୁଣି ସାରା ତାଙ୍କ ମାଁଙ୍କ ସହ ତୁରନ୍ତ ତାଙ୍କ ମାମୁଁ ଙ୍କ ଅନ୍ତିମସଂସ୍କାରରେ ପହଞ୍ଚିଥିଲେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅମୃତା ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ସଂମ୍ପତିକୁ ନେଇ ଅନେକ ବିବାଦ ଚାଲୁଛି। ଏଣୁ ସେନେଇ ଅଭିଯୋଗ କରିବା ନିମନ୍ତେ ଅମୃତା ଏବଂ ଝିଅ ସାରା ଡେରାଡୁନ ଥାରେ ଯାଇଁ ପହଞ୍ଚିଥିଲେ।

sara-ali-khandd

ମିଳିଥିବା ସୂଚନା ଅନୁଯାୟୀ , ଲେଖକ ମଧୂସୁଦନଙ୍କର କୋଟିକୋଟିର ସଂମ୍ପତି ରହିଛି। ଯାହା ଉପରେ ଏବେ ଅନେକଙ୍କର ନଜର ରହିଛି। ଏଣୁ କୌଣସି ଆଧିକାରୀକ ଘୋଷଣା ବା ନିଷ୍ପତି ଯାଏଁ ପୋଲିସ ତାହାର ସୁରକ୍ଷା ଦୟିତ୍ବ ନିଅନ୍ତୁ ବୋଲି ଅନୁରାଧ କରିବାକୁ ଯାଇଥିଲେ ଅମୃତା। ତେବେ ଏହି ସମୟରେ ଉଦ୍ଭୟ ମା-ଝିଅ ମିଡ଼ିଆ ନିକଟରୁ ଦୂରରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.