Below header

୫ ସେକେଣ୍ଡରେ ସ୍ବାହା ହୋଇଗଲା ୬୪ବର୍ଷ ପୁରୁଣା ବ୍ରିଜ୍ : ଦେଖନ୍ତୁ ଭିଡିଓ

ନ୍ୟୁୟୋର୍କ : ଆମେରିକାର ନ୍ୟୁୟୋର୍କ ସହରରେ ହଡ଼ସନ ନଦୀ ଉପରେ ରହିଥିବା ୬୪ବର୍ଷ ପୁରୁଣା ତପାନ ସି ବ୍ରିଜକୁ ମାତ୍ର ୫ ସେକେଣ୍ଡରେ କରାଯାଇଛି ଧୂଳିସାତ୍। ଏହି ବ୍ରିଜ୍ ଉପରେ ଦୈନିକ ୪୦ହଜାରୁ ଅଧିକ ଲୋକ ଯାତାୟତ କରୁଥିଲେ। ଏପରିକି ଏହା ଉପରେ ଅନେକ ବଡ଼ବଡ଼ ଫିଲ୍ମ ମଧ୍ୟ ସୁଟ କରାଯାଇଛି। ତପାନ ସି ବ୍ରିଜର ଉଚ୍ଚତା ୬୭୨ ଫୁଟ ରହିଥିବା ବେଳେ ଲମ୍ବା ରହିଥିଲା ୪.୮ କିଲୋମିଟର।

tappan-zee_bridge

ତେବେ ଏବେ ଲୋକଙ୍କ ଯାତାୟତା ପାଇଁ ସେଠାରେ ଆଉ ଏକ ନୂତନ କେବଲ ବ୍ରିଜ୍ ତିଆରି କରାଯାଇଛି। ଏହି ନୂଆ ବ୍ରିଜର ଉଚ୍ଚତା ପୁରୁଣା ଅପେକ୍ଷା ୨୫୩ ଫୁଟ କମ ରହିଛି। ଧ୍ବଂସ ହେବା ପରେ ବ୍ରିଜ୍ ୧୪୨ ଫୁଟ ତଳକୁ ପାଣି ମଧ୍ୟରେ ବୁଡି ଯାଇଛି। ତେବେ ତପାନ ସି ବ୍ରିଜକୁ କୋରିୟାଇ ଯୁଦ୍ଧ ସମୟରେ ୫୭୬କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିଲା। ସେହି ସମୟରେ ଏହାର ବୟସ ୫୦ ବର୍ଷ ନିର୍ଣ୍ଣୟ କରାଯାଇଥିଲା।

ବ୍ରିଜକୁ ବ୍ଲାଷ୍ଟ କରାଯାଉଥିବା ସମୟରେ ଦୁଇ ପାର୍ଶ୍ବରୁ ଯାତାୟତକୁ ବନ୍ଦ କରାଯାଇଥିଲା। ସ୍ଥାନିୟ ବାସିନ୍ଦାଙ୍କ ମନରେ ବ୍ରିଜ୍ ଭାଙ୍ଗିବା ନେଇ ଦୁଃଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.