ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେଲେ ଅମିତ ଶାହ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ଗତ ବୁଧବାରଠାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ ସେ । ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥତା କାରଣରୁ ଗତ ୧୮ ତାରିଖରେ ତାଙ୍କ ଓଡ଼ିଶା ଗସ୍ତ କାର‌୍ୟ୍ୟକ୍ରମକୁ ବାତିଲ କରାଯାଇଥିଲା । କଟକ ସାଲେପୁରରେ ପାର୍ଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଆସିଥାନ୍ତେ ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.