Below header

ଚିଲିକା ଅଧ୍ୟକ୍ଷା ସ୍ୱାମୀଙ୍କ ଚଞ୍ଚକତା, ବିଡିଓଙ୍କ ଜାଲ ଦସ୍ତଖତ କରି ଠକିନେଲେ ୧୫ ଲକ୍ଷ

ଠିକାଦାର ବିଡିଓଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା । ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ କିଶୋର ବେହେରା । ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ।

ଟାଙ୍ଗୀ (କେନ୍ୟୁଜ): ଠିକାଦାର ବିଡିଓଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା । ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ କିଶୋର ବେହେରା । ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ । ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣର ଟେଣ୍ଡର ନେଇଥିଲେ କିଶୋର ବେହେରା । କିଶୋର ବେହେରାଙ୍କ ଠିକାଦାର ଲାଇସେନସ ଥିାରୁ ସେ ଟାଙ୍ଗୀ ବ୍ଲକରେ ଅନେକ ଠିକା କାମ ପାଇଥିଲେ । ଟେଣ୍ଡର ପାଇବା ପରେ ଠିକାଦାର କିଶୋର ବେହେରା ବ୍ଲକ ପ୍ରଶାସନ ସହ ଏଗ୍ରିମେଣ୍ଟ କରିଥିଲେ ।

ଚୁକ୍ତି ଅନୁଯାୟୀ ସିକ୍ୟୁରିଟି୍‌ ବାବଦକୁ ୧୫ ଲକ୍ଷ ଟଙ୍କା ପ୍ଲେଜ୍‌ କରିଥିଲେ । କାମ ସରିବା ପରେ ବ୍ଲକ କର୍ତ୍ତୃର୍ପକ୍ଷ ନିର୍ଦ୍ଦେଶ ଦେବା ପରେ ୧୫ ଲକ୍ଷ ଟଙ୍କା ଉଠାଣ କରିଥାନ୍ତେ । ହେଲେ କାମ ଆରମ୍ଭ ପୂର୍ବରୁ ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟଙ୍କର ଜାଲ ଦସ୍ତଖତ କରି ୧୫ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଏହା ଜଣା ପଡ଼ିବା ପରେ ଟାଙ୍ଗୀ ଥାନାରେ ଲିଖିତ ଏତଲା କରିଛନ୍ତି ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.