Below header

ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର; ଜଣେ ମୃତ, ୩ ଆହତ

କୋକଳବା ଛକରେ ଏକ ଅଟୋକୁ ଧକ୍କା ଟ୍ରାକ୍ଟର ଫଳରେ ଜଣେ ମୃତ ୩ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକରେ ।

ନରସିଂହପୁର (କେନ୍ୟୁଜ): କୋକଳବା ଛକରେ ଏକ ଅଟୋକୁ ଧକ୍କା ଟ୍ରାକ୍ଟର ଫଳରେ ଜଣେ ମୃତ ୩ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକରେ ।

ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରରେ ବରଡିହ ଗ୍ରାମର ଗୋଟିଏ ପରିବାରର ୪ ଜଣ ଅଟୋରେ ଛାମୁଣ୍ଡିଆ ଗ୍ରାମରୁ ମାମୁ ଘରୁ ଫେରୁଥିବା ବେଳେ କୋକଳବା ଛକ ଠାରେ ଏକ ଟ୍ରାକଟର ସହଧକ୍କା ହେବା ଫଳରେ ଭାଣେଜୀ ପୁଷ୍ପଲତା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇ ନରସିଂହପୁର ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ଶିଶୁର ଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.