Below header

ଜାଗା ମିଶନ: ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା, ଯାଗା ବିକି ପାରିବେ ନାହିଁ

ଜାଗା ମିଶନରେ ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା । ୩ ଦିନ ନୁହେଁ ୬ ମାସ ମଧ୍ୟରେ କିସ୍ତି ରେ ଟଙ୍କା ଭରି ଜାଗା ପାଇବେ ହିତାଧିକାରୀ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଏଥି ପାଇଁ ୬ ଟି ପ୍ରିମୀୟମ କରାଯାଇଛି।

୬ ମାସ ମଧ୍ୟରେ ପ୍ରିମୀୟମ ଟଙ୍କା ଦେଇପାରିବେ ବସ୍ତିବାସିନ୍ଦା। ପ୍ରିମିୟମକୁ ନେଇ ହିତାଧୀକାରୀଙ୍କ ଟେନସନ୍ ବଢିଥିଲ । ପ୍ରୀମିୟମ ଛାଡ଼ ପାଇଁ ହିତାଧୀକାରୀଦାବୀ କରି ଆସୁଥିଲେ । ଡିମାଣ୍ଡ ନୋଟିସ ପାଇବାର ୩ ଦିନ ମଧ୍ୟରେ ଯୋଗାଯୋଗ କଲେ ଏହି ସୁବିଧା ପାଇ ପାରିବେ।

ବିଏମସି ପକ୍ଷରୁ ଦିଆ ଯାଇଥିବା ପଟା ପୁରା ଠିକ । ଏହାକୁ ଫେରାଇବା ପାଇଁ କୋଣସି ନିଷ୍ପତି ହୋଇନାହିଁ। ପ୍ରଥମ ପର୍ଯ୍ୟରେ ୫୧ ହଜା ପଟା ଦିଆଯାଇ ଥିବା ବେଳେ ଅକ୍ଟୋବରରେ ଦ୍ଵିତୀୟ ପର୍ଯ୍ୟୟ ଆରମ୍ଭ ହେବ । ଜମି ପଟା ଦେଖାଇ ବ୍ୟାଙ୍କରୁ ଋଣ ନେଇପାରିବେ ଘର ତିଆରି କରିପାରିବେ । କିନ୍ତୁ ଯାଗା ବିକ୍ରି କରିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.