Below header

ନିଶା ନୁହେଁ କି ଗଞ୍ଜେଇ ବ୍ରାଉନସୁଗାର ନୁହେଁ ଏବେ ଚାଲିଛି ସାପ ବିଷ ବେପାର, ୨୫ଟ ବିଷଧର ନାଗ ସାପ ଉଦ୍ଧାର

ନାଗସାପ ବିଷରେ ଚାଲିଛି ବେପାର । ବିଷ ଦେଉଛି ବଢ଼ିଆ ରୋଜଗାର । ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ ।

ଜଳେଶ୍ୱର (କେନ୍ୟୁଜ) : ଆଉ ନିଶା ନୁହେଁ କି ଗଞ୍ଜେଇ ବ୍ରାଉନସୁଗାର ନୁହେଁ ଏବେ ଚାଲିଛି ସାପ ବିଷ ବେପାର । ନାଗସାପ ବିଷରେ ଚାଲିଛି ବେପାର । ବିଷ ଦେଉଛି ବଢ଼ିଆ ରୋଜଗାର । ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ । ବାଲେଶ୍ୱର ବାଲିଆପାଳରେ ଏକ ଅଜବ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ରେଡ ବେଳେ ପୋଳିସ ହାତରେ ଧରା ପଡ଼ିଛି । ସାପ ବିଷ ରାକେଟର ପର୍ଦ୍ଦାଫାସ କରିବା ସହ ପୋଲିସ ୨୫ଟି ନାଗ ସାପ ଉଦ୍ଧାର କରିଛି । ବର୍ତ୍ତମାନ ସହରରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ରହିଛନ୍ତି ।

ବାଲେଶ୍ୱର ବନଖଣ୍ଡରେ ଏକ ଭୟାନକ ରାକେଟର ପର୍ଦ୍ଦାଫାସ ହୋଇଛି । ନାଗସାପ ବିଷ ରାକେଟକୁ ସର୍ବସମ୍ମୁଖକୁ ଆଣିଛି ବନ ବିଭାଗ । ବାଲିଆପାଳ ପଞ୍ଚପଲ୍ଲୀରେ ରେଡ୍ କରି ବନ ବିଭାଗ ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି । ଚଢାଉରେ ଏହି ମାମଲାରେ ମୋଟ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି । ଏହାବ୍ୟତୀତ ଘଟଣାସ୍ଥଳରୁ ୨୫ଟି ବିଷଧର ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି । ବାଲେଶ୍ୱର ବନଖଣ୍ଡ ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି ।

ନାଗ ସାପ ଦେହରୁ ବିଷ ବାହାର କରି ଏହାକୁ କଳାବଜାରୀ କରୁଥିଲା ଏହି ରାକେଟ । ତେବେ ଏହି ରାକେଟ କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ଏହାର ଚେର ରାଜ୍ୟ ବାହାରକୁ ମଧ୍ୟ ଲମ୍ବି ରହିଥିବା ନେଇ ବନ ବିଭାଗ ଆଶଙ୍କା କରୁଛି । ତେଣୁ ମାମଲାକୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ବନ ବିଭାଗର ଏକ ଟିମ୍ । ଖୁବଶୀଘ୍ର ଏଭଳି ଏକ ଭୟାନକ ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.