ବୃନ୍ଦାବନ ବାଙ୍କେବିହାରୀ ମନ୍ଦିର ନିକଟରେ ଭୁଶୁଡିଲା ପରିତ୍ୟକ୍ତ ଘରର ବାଲକୋନୀ, ୫ ଶ୍ରଦ୍ଧାଳୁ ମୃତ: ସହାୟତା ରାଶି ଘୋଷଣା କଲେ ଯୋଗୀ

ବୃନ୍ଦାବନ ବାଙ୍କେବିହାରୀ ମନ୍ଦିର ନିକଟରେ ପରିତ୍ୟକ୍ତ ଘରର ବାଲକୋନୀ ଭୁଶୁଡି ୫ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ଉତ୍ତର ପ୍ରଦେଶର ବୃନ୍ଦାବନରେ ବାଙ୍କେବିହାରୀ ମନ୍ଦିର ନିକଟରେ ଏକ ପରିତ୍ୟକ୍ତ ଘରର ବାଲକୋନୀ ଭୁଶୁଡି ପଡିବାରୁ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣାରେ ମୃତକ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଯୋଗୀ । ଏହାଛଡା ଆହତଙ୍କୁ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ମୁତାବକ, ବୃନ୍ଦାବନରେ ଥିବା ବାଙ୍ଗେବିହାରୀ ମନ୍ଦିର ପାଖରେ ଥିବା ଏକ ପରିତ୍ୟକ୍ତ ଘରର ବାଲକୋନୀ ଭୁଶୁଡି ପଡିଥିଲା । ଫଳରେ ଏହି ରାସ୍ତା ଦେଇଯାଉଥିବା ଶ୍ରଦ୍ଧାଳୁଙ୍କ ତଳେ ଚାପି ହୋଇଯାଇଥିଲେ । ଫଳରେ ୫ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଗୀତା କଶ୍ୟପ, ଅରବିନ୍ଦ କୁମାର, ରଶ୍ମୀ ଗୁପ୍ତା, ବୃନ୍ଦାବନର ଅଞ୍ଜୁ ମୁରଗନ ଏବଂ ଦେବରିୟାର ଚନ୍ଦନ ରାୟ ରହିଛନ୍ତି । ଅନ୍ୟ ଆହତଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଛି ।

ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି, ଏକ କୋଠାର କିଛି ଅଂଶ କାର ଉପରେ ପଡ଼ିଯାଇଛି। ଏହା ପରେ ଉକ୍ତ ସ୍ଥାନରେ ଲୋକେ ଧାଁ ଦୌଡ଼ କରି ଏଣେତେଣେ ପଳାଇଛନ୍ତି।

ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ଏହି ଘଟଣାରେ ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାଛଡା ଆହତଙ୍କୁ ସଠିକ୍‌ ଚିକିତ୍ସା ପାଇଁ ମଧ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.