ସାବଡ ହେଲେ ଚୋରା ମଦ ବ୍ୟବସାୟୀ, କାନ ଧରି ବସ ଉଠ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି । ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ । କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ।

ବାଲେଶ୍ବର (କେନ୍ୟୁଜ): ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ । କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି । ଗୋପୀନାଥପୁର ଷ୍ଟେସନ ଏବେ ଚୋରା ବେପାରୀଙ୍କ ଆଡ୍ଡା ପାଲଟିଛି । ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ଜୁଆ ଖେଳ ହେଉଛି । ଏହି ଖବର ବାଲେଶ୍ଵର ସାଂସଦଙ୍କ କାନରେ ପଡିଥିଲା ।

ଗତକାଲି ରାତିରେ ହଠାତ ସେହି ଅଞ୍ଚଳକୁ ଯାଇଥିଲେ ପ୍ରତାପ ଷଡଙ୍ଗୀ । ମଦ ବେପାରୀ ଓ ପିଉଥିବା ଗ୍ରାହକ ତାଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ଯେଉଁ ମାନଙ୍କୁ ଧରିଥିଲେ ସେମାନଙ୍କୁ ତାଗିଦ କରିବା ସହ କାନ ଧରି ବସ୍ ଉଠ କରାଇଥିଲେ । ପରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ନୀଳଗିରି ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.