ଦେବଦୂତ ସାଜିଲେ ପୋଲିସ କର୍ମଚାରୀ, ବଞ୍ଚାଇଲେ ମାଙ୍କଡ଼ ଛୁଆର ଜୀବନ

ଦିନକୁ ଦିନ ଅସହ୍ୟ ହେଉଛି ତାତି । ଜୀବ ଜନ୍ତୁଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ତାତିରେ କଲବଲ ହେଉଛନ୍ତି । କେଉଠି ପାଣି ସମସ୍ୟା ଦେଖିବାକୁ ମିଳୁଛି ତ କେଉଁଠି ପାଣି ଟୋପାଏ ପାଇଁ ବିକଳ ହେଉଛନ୍ତି । ଏସବୁ ଭିତରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେ, ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ଗଡ଼ି ଆସିବ ।  ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଶିଶୁ ମାଙ୍କଡ଼ ପାଇଁ ଜଣେ ପୋଲିସ୍ ଯାହା କରିଛନ୍ତି ଆପଣ ଆଖିରେ ନ ଦେଖିଲେ ବିଶ୍ଵାସ କରିପାରିବେନି । ଅତ୍ୟଧିକ ଉତ୍ତାପ ହେତୁ ଏକ ଶିଶୁ ମାଙ୍କଡ଼ ଚେତାଶୂନ୍ୟ ହୋଇଗଲା । ପୋଲିସ କର୍ମଚାରୀ ତାଙ୍କୁ ସି.ପି.ଆର ଦେଇ ଜୀବନ ରକ୍ଷା କରିଥିଲେ।

ପୋଲିସ ଜଣକ କହିଛନ୍ତି, ମାଙ୍କଡ ପ୍ରତିଦିନ ପୋଲିସ ଆମ ଷ୍ଟେସନକୁ ଆସିଥାଏ ଏବଂ ମୁଁ ତାଙ୍କୁ ଖେଳୁଥିବାର ଦେଖି ଖୁସି ହୁଏ । କିନ୍ତୁ ଯେତେବେଳେ ତା’ର ଏହି ଅବସ୍ଥା ଦେଖିଥିଲି ମୁଁ ନିଜକୁ ରୋକିପାରିନଥିଲି । କିପରି ତା ଜୀବନ ବଞ୍ଚାଇବି ମୋ କିଛି ବୁଦ୍ଧି ଦିଶୁନଥିଲା । ଯେତେବେଳେ ଛତ୍ର ପୋଲିସ ଷ୍ଟେସନର ହେଡ କନଷ୍ଟେବଳ ବିକାଶ ତୋମାର ଶିଶୁ ମାଙ୍କଡ଼ଟିକୁ ଭୂମିରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ପରିସ୍ଥିତି ବୁଝିଯାଇଥିଲେ । ସେ ମାଙ୍କଡ଼ର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କେହି ଜଣେ ଜୀବନ ବଞ୍ଚାଇବା ସମୟର ଏକ ଭିଡିଓ ବନାଇଥିଲେ । ଯାହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପୋଲିସ କର୍ମଚାରୀଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ତେବେ ଅତ୍ୟଧିକ ଉତ୍ତାପ ଯୋଗୁଁ ମାଙ୍କଡ଼ ଗଛରୁ ଖସିପଡି ଚେତାଶୂନ୍ୟ ହୋଇଯାଇଥିଲା। ଡିହାଇଡ୍ରେସନ୍ ପାଇଁ ଶିଶୁ ମାଙ୍କଡ଼ ଚେତାଶୂନ୍ୟ ହୋଇଯାଇଥିବା ଅନୁମାନ କରିଥିଲେ ପୋଲିସ ଅଫିସର ଜଣକ । ଦେବଦୂତ ଭଳି ଆସି ହେଡ କନଷ୍ଟେବଳ ଶିଶୁ ମାଙ୍କଡ ଉପରେ CPR କରିଥିଲେ । ବିକାଶ ତୋମାର ମାଙ୍କଡ଼ର ଛାତିକୁ ବାରମ୍ବାର ଚାପ ଦେଇଥିଲେ। ଏହି ସମୟ ମଧ୍ୟରେ କିଛି ଲୋକ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଗତ ୨୪ ତାରିଖରେ ଘଟିଥିଲା । ମାଙ୍କଡ଼ଟି ଯେତେବେଳେ ଗଛରୁ ପଡ଼ିଯାଇଥିଲା ସେତେବେଳେ ଅନେକ ମାଙ୍କଡ଼ ତା ଚାରିପଟେ ଏକାଠି ହୋଇଥିଲେ । ମାଙ୍କଡ଼ ଛୁଆଟିକୁ ବଞ୍ଚାଇବାକୁ ବହୁତ କଷ୍ଟସାଧ୍ୟ ହୋଇଥିଲା ।

ବିକାଶ ତୋମାର କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ତାଲିମ ଦିଆଯାଇଛି । ଯେହେତୁ ମଣିଷ ଏବଂ ମାଙ୍କଡ଼ର ଶରୀର ପ୍ରାୟ ସମାନ, ତେଣୁ ମୁଁ ମାଙ୍କଡକୁ ଚେତାକୁ ଆଣିବାକୁ ଚେଷ୍ଟା କଲି । ମୋର ବନ୍ଧୁମାନେ ମୋତେ ସପୋର୍ଟ କରିବା ସହ ଘେରିଥିବା ମାଙ୍କଡ଼ମାନଙ୍କଠାରୁ ରକ୍ଷା କରିଥିଲେ । ମୁଁ ପ୍ରାୟ ୪୫ ମିନିଟ୍ ଧରି ମାଙ୍କଡ଼ ଛାତି ପମ୍ପ କରିଥିଲି । ବେଳେବେଳେ ଘଷିଲି ଏବଂ ପାଟିରେ କିଛି ପାଣି ପକାଉଥିଲି । ଶେଷରେ ସେହି ମାଙ୍କଡ଼ ଛୁଆଟି ଚେତାକୁ ଫେରି ଆସିଥିଲା।

ତେବେ ପ୍ରାଣୀ ଚିକିତ୍ସକ ଡକ୍ଟର ହରିୟମ ଶର୍ମା କହିଛନ୍ତି ,ଯେ ମାଙ୍କଡ଼ଟି ଉତ୍ତାପର ଶିକାର ହୋଇ ଡିହାଇଡ୍ରେସନ୍ ହେତୁ ଚେତାଶୂନ୍ୟ ହୋଇଯାଇଥିଲା । ଠିକ୍ ସମୟରେ ସାହାଯ୍ୟ ହେତୁ ତାଙ୍କ ଜୀବନ ରକ୍ଷା ହୋଇପାରିଛି । ମାଙ୍କଡ଼ଟିର ଚେତା ଆସିବା ପରେ ଆମେ ତାଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା । ଏବେ ମାଙ୍କଡ଼ଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତେବେ ଲୋକମାନେ ପୋଲିସର ଜ୍ଞାନ ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ଦେଖି ଅନେକ ଲୋକ ପ୍ରଶଂସା କରିଥିଲେ। ସୋସିଆଲ ମିଡିଆରେ CPR ର ଭିଡିଓ ଦେଖାଯିବା ପରେ ଉପଭୋକ୍ତାମାନେ ମଧ୍ୟ ଏହାକୁ ବହୁତ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.