Below header

ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ପିତୃପକ୍ଷ ଆଜି ହେବ ଶେଷ

ପୁରୀ (କେନ୍ୟୁଜ୍) : ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ସିଂହଦ୍ୱାର ନିକଟରେ ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆଙ୍କୁ ଡାକିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେବ। ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ସହ ବଡ଼ବଡ଼ୁଆ ଡକାଯିବ। ପରମ୍ପରା ଅନୁଯାୟୀ ଶ୍ରଦ୍ଧାଳୁ ମାନେ ପୁରୀ ଆସି ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ସହ ପ୍ରଶାସନ ତରଫରୁ ସିଂହଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.