Below header

ଶ୍ରୀରାମଙ୍କ ଜନ୍ମ ପୂର୍ବରୁ ପାଳନ ହେଉଥିଲା ଦୀପାବଳି, କେହି ଜାଣନ୍ତି ନାହିଁ ଏହା ପଛର ରହସ୍ୟ

ଦୀପାବଳି ପର୍ବ ବା ଦୀପର ଉତ୍ସବ ଲୋକଙ୍କ ପାଇଁ ଖୁସିର ଦିନ ହୋଇଥାଏ । ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ। କିନ୍ତୁ ଦୀପାବଳିକୁ ନେଇ ଏମିତି କିଛି ରହସ୍ୟ ରହିଛି ଯାହାକୁ ପ୍ରାୟ ଆପଣ ଜାଣିନଥିବେ। ଅଧିକାଂଶ ଲୋକଙ୍କୁ ଏହା ଜଣାଥିବ ଯେ ଦୀପାବଳିର ପର୍ବ ଏଥିପାଇଁ ପାଳନ କରାଯାଏ କାରଣ ଏହି ଦିନରେ ଭଗବାନ ରାମ ଲଙ୍କାରୁ ବିଜୟ ଲାଭ କରି ଅଯୋଧ୍ୟାକୁ ଫେରିଥିଲେ। କିନ୍ତୁ ବହୁତ କମ୍ ଲୋକଙ୍କୁ ଜଣାଥିବ ଦୀପାବଳି ଉତ୍ସବ ପାଳନର ବର୍ଣ୍ଣନା ଗ୍ରନ୍ଥରେ ଏହା ବର୍ଣ୍ଣିତ ଅଛି ଯେ ଏହି ପର୍ବ ଭଗବାନ ରାମଙ୍କର ଘରକୁ ଫେରିବାର ପୂର୍ବରୁ ମଧ୍ୟ ଥିଲା।

crackersକାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଦୀପାବଳିର ପର୍ବ ବହୁ ଯୁଗରୁ ଚାଲି ଆସୁଛି। ଅଯୋଧ୍ୟାରେ ଗଭବାନ ରାମଙ୍କର ଆଗମନ ପୂର୍ବରୁ ମଧ୍ୟ ଦୀପାବଳି ବର୍ଣ୍ଣିତ ଅଛି। ଆଲୋକର ପର୍ବ ଦୀପାବଳିକୁ ସତ୍ୟଯୁଗରୁ ହୋଇଆସୁଛି। ଏହି ଦିନରେ ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ କାରଣ ଭଗବାନ ବିଷ୍ଣୁ ଏହି ସମୟରେ ବଳୀକୁ ଦେଇଥିବା ବଚନ ଅନୁସାରେ ପାତାଳ ଲୋକରେ ବିରାଜମାନ ହୋଇଥାନ୍ତି। ଏହି ସମୟରେ ସମଗ୍ର ସୃଷ୍ଟିର ସଞ୍ଚାଳନ ମାତା ଲକ୍ଷ୍ମୀଙ୍କ ହାତରେ ହୋଇଥାଏ।

diwaliଏହି ଦିନ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିନାୟକଙ୍କର ପୂଜା କଲେ ଲକ୍ଷ୍ମୀଙ୍କ ସହିତ ଯେଉଁ ବ୍ୟସନ ଆସିଥାଏ, ସେଥିରୁ ମୁକ୍ତି ମିଳିଥାଏ। ଏହି ଦିନ ବିନାୟକଙ୍କ ପୂଜା କରିବା ଦ୍ବାରା ବୁଦ୍ଧି ମିଳିଥାଏ। ବିନାୟକ ମନୁଷ୍ୟଙ୍କ କଲ୍ୟାଣ ପାଇଁ ସବୁବେଳେ ଉପସ୍ଥିତ ରହି ଥାଆନ୍ତି। ଦୀପାବଳିରେ ମାତା ସୀତାଙ୍କୁ ଲକ୍ଷ୍ମୀ ସ୍ବରୁପ ମାନି ପୂଜା କରାଯାଇଥାଏ। ଏହି ଦିନରେ ମାତା ଲକ୍ଷ୍ମୀଙ୍କର ବିଶେଷ ପୂଜା କରିବା ଦ୍ବାରା ଧନ ଧାନ୍ୟ ସହିତ ଏୈଶ୍ବର୍ଯ୍ଯ ଏବଂ ଯଶ ପ୍ରାପ୍ତି ହୋଇଥାଏ।

ଏହା ସହ ପଢ଼ନ୍ତୁ : ଅଯୋଧ୍ୟାରେ ନିର୍ମାଣ ହେବ ୧୫୧ ଫୁଟ ଉଚ୍ଚର ରାମଙ୍କର ପ୍ରତିମା, ମୁଖ୍ୟମନ୍ତ୍ରୀ ଯୋଗୀ ଦୀପାବଳିରେ ଦେବେ ଉପହାର

ଏମିତି କରନ୍ତୁ ଲକ୍ଷ୍ମୀଙ୍କ ପୂଜା

ସତ୍ୟ ଲୋକରେ ଲକ୍ଷ୍ମୀ ପୂଜାର ଅଲଗା ଅଲଗା ପ୍ରବଧନ ରହିଛି। ପୃଥିବୀ ଲୋକରେ ତାହାକୁ ଷୋଡଶ ଚାରକ ପୂଜା କୁହାଯାଏ। ଏହି ପୂଜା ପାଇଁ ସର୍ବ ପ୍ରଥମେ ଲାଲ ବସ୍ତ୍ର ପରିଦାନ କରି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ। ଏହା ପରେ ମାତା ଲକ୍ଷ୍ମୀ ଏବଂ ବିନାୟକଙ୍କୁ ଏକା ସାଥିରେ ସ୍ନାନ କରନ୍ତୁ। ଚାଉଳ,ଡୋରୀ ଏବଂ ଲାଲ ବସ୍ତ୍ର ମାତାଙ୍କୁ ଅର୍ପଣ କରନ୍ତୁ। ପେସ୍ତା ବାଦାମ୍ ଏବଂ ଡାଳିମ୍ବର ଭୋଗ ଦିଅନ୍ତୁ। ମାତାଙ୍କ ବସ୍ତ୍ରକୁ ସଫା କରି କଇଁ ଫୁଲର ମାଳ ଅର୍ପଣ କରନ୍ତୁ। ଲକ୍ଷ୍ମୀ ସହସ୍ର ନାମର ମନ୍ତ୍ର ଉଚ୍ଚାରଣ କରନ୍ତୁ। ଏହା ମହାଲକ୍ଷ୍ମୀଙ୍କର ପୂଜାର ବିଧାନ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.