Below header

ସାମାନ୍ୟ କିଛି ଟଙ୍କା ପାଇଁ ବନ୍ଧୁର ଜୀବନ ନେଇଗଲା ବନ୍ଧୁ , ପଥରରେ ଛେଚି ମାରି ଦେଲା

ଦୁଇ ବନ୍ଧୁଙ୍କ ମଧ୍ୟରେ ବେଶ୍ କିଛି ଦିନ ହେବ ଚାଲିଥିଲା ଟଙ୍କା କାରବାର ହେଲେ ସେହି ଟଙ୍କା ସାଜିଲା କାଳ । ନେଇଗଲା ବନ୍ଧୁର ଜୀବନ ।

ମୟୁରଭଞ୍ଜ : ବଇରି ସାଜିଲା ବନ୍ଧୁ । ଭୁଲିଗଲା ସବୁ ସମ୍ପର୍କ । ସାମାନ୍ୟ କିଛି ଟଙ୍କା ପାଇଁ ବନ୍ଧୁର ଜୀବନ ନେଇଗଲା ବନ୍ଧୁ । ହଁ ଆଜ୍ଞା, ଉଧାର ଟଙ୍କା ପାଇଁ ଜୀବନ ଗଲା ! ଦୁଇ ବନ୍ଧୁଙ୍କ ମଧ୍ୟରେ ବେଶ୍ କିଛି ଦିନ ହେବ ଚାଲିଥିଲା ଟଙ୍କା କାରବାର ହେଲେ ସେହି ଟଙ୍କା ସାଜିଲା କାଳ । ନେଇଗଲା ବନ୍ଧୁର ଜୀବନ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯାମଦା ଥାନା ରୁମାପାହାଡି ଅଞ୍ଚଳରେ !

ଗତ ୧୦ ତାରିଖରେ ରାଇରଙ୍ଗପୁର ସାପ୍ତାହିକ ହାଟକୁ ଆସି ନିଖୋଜ ହୋଇ ଯାଇଥିଲେ ରୁମାପାହାଡିର ବିଧବା ମହିଳା ତପୋଇ ମହାନ୍ତ ! ପରେ ୧୩ ତାରିଖ ଦିନ ଜାମଦା ଥାନା ବୁଢାରଣା ଜଙ୍ଗଲରେ ଗଳିତ ମୃତଦେହ ଉଦ୍ଧାର ପରେ ସେହି ମୃତ ଦେହ ତପୋଇ ମହାନ୍ତଙ୍କର ବୋଲି ଜଣାପଡ଼ିଥିଲା । ତାହା ସ୍ପଷ୍ଟ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ତା ପରେ ପ୍ରକୃତ ସତ କଣ ସାମ୍ନାକୁ ଆସିଥିଲା । ତପୋଇଙ୍କ ବନ୍ଧୁର ଅସଲ ମୁଖା ଖୋଲିଥିଲା । ବିଶେଶ୍ୱର ବେହେରା ଓ ତାପୋଇ ମହାନ୍ତ ଉଭୟ ବନ୍ଧୁ ଥିଲେ ! ଦରକାର ସମୟରେ ଉଧାରରେ ଟଙ୍କା ନେଉଥିଲେ ବିଶେଶ୍ୱର ! ତପୋଇ ମହାନ୍ତଙ୍କ ପାଖରୁ ବାରମ୍ବାର ଉଧାର ପଇସା ନେଉଥିଲେ ହେଲେ ତପୋଇ ଟଙ୍କା ଫେରସ୍ତ ମାଗିବାରୁ ଏଥିରେ ରାଗି ଯାଇଥିଲା ବିଶେଶ୍ୱର । ଆଉ ରଚିଥିଲା ହତ୍ୟାର ଷଡ଼ଯନ୍ତ୍ର । ତପୋଇଙ୍କୁ ପଥରରେ ଛେଚି ନିର୍ମମ ଭାବେ କରିଥିଲା ହତ୍ୟା । ବିଶେଶ୍ୱର ପଇସା ନେଣଦେଣକୁ ନେଇ ବିରକ୍ତ ହୋଇ ହତ୍ୟା କରିଥିବା ଖୋଦ୍ ପୋଲିସ ଆଗରେ ମାନିଛି ।

ପୋଲିସ ବିଶେଶ୍ୱର ବେହେରା ଓ ରାକେଶ ବେହରାଙ୍କୁ ହତ୍ୟା ଅଭିଯୋଗରେ ଉଠାଇ ନେଇଥିଲା । ଥାନାରେ ଅଭିଯୁକ୍ତ ବାପ ପୁଅ ପଥରରେ ଛେଚି ନିର୍ମମ ହତ୍ୟା କରି ପ୍ରମାଣ ନଷ୍ଟ କରିବା କଥା ସ୍ୱୀକାର କରିବା ସହ ଅନ୍ୟ ଦୁଇଜଣ ସହଯୋଗୀଙ୍କ ନାମ ମଧ୍ୟ କହିଛନ୍ତି । ସହଯୋଗୀ ଅଭିଯୁକ୍ତମାନେ ହେଲେ କୋଣ ଗ୍ରାମର ରାଜେଶ ଦାସ ଓ ଲାଲଟୁ ଦାସ !

ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛି ବିଶେଶ୍ୱର । ଏନେଇ ଜାମଦା ଥାନା ପୋଲିସ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ! ଅଭିଯୁକ୍ତମାନେ ଉଧାର ଟଙ୍କା ନେଇକି ଫେରାଇ ପାରିନଥିବା ଯୋଗୁଁ ହତ୍ୟା କରିଥିବା କଥା କହୁଥିବା ବେଳେ ପରିବାର ଲୋକେ ଅନ୍ୟ କାରଣ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ! ତେବେ ହତ୍ୟା ଷଡ଼ଯନ୍ତ୍ର ପଛରେ ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.