ସପ୍ତାହ ଭିତରେ ବିଜେଡିରେ ଯୋଗଦେବେ ଭି. କେ ପାଣ୍ଡିଆନ ! ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା

ସପ୍ତାହ ଭିତରେ ବିଜେଡିରେ ଯୋଗଦେବେ ଭି. କେ ପାଣ୍ଡିଆନ। ଦଳ ପକ୍ଷରୁ ବିଧିବଦ୍ଧ ତାରିଖ ଘୋଷଣାକୁ ଏବେ ଅପେକ୍ଷା ରହିଛି । ବିଜେଡିରେ ଯୋଗେ ଦେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସପ୍ତାହ ଭିତରେ ବିଜେଡିରେ ଯୋଗଦେବେ ଭି. କେ ପାଣ୍ଡିଆନ। ଦଳ ପକ୍ଷରୁ ବିଧିବଦ୍ଧ ତାରିଖ ଘୋଷଣାକୁ ଏବେ ଅପେକ୍ଷା ରହିଛି । ବିଜେଡିରେ ଯୋଗେ ଦେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହାପରେ ବଢ଼ିଛି କଳ୍ପନାଜଳ୍ପନା । ଅକ୍ଟୋବର ୨୩ ତାରିଖରେ ଭି. କେ ପାଣ୍ଡିଆନ୍ ଆଇଏଏସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ।

ପାଣ୍ଡିଆନଙ୍କୁ ମିଳିିଥିଲା କ୍ୟାବିନେଟ୍ ପାହ୍ୟା ପଦବୀ। ନୂଆ ଦାୟିତ୍ବ ପରଠାରୁ ନବୀନ ନିବାସରେ ବଢି ଚାଲିଛି ଭିଡ଼। ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସଂଗଠନ, ସ୍ବେଚ୍ଛାସେବୀ ସଂସ୍ଥା ଶୁଭେଚ୍ଛା ଜଣାଇଛନ୍ତି। ବିଜେଡିର ବହୁ ନେତା ତାଙ୍କୁ ନବୀନ ନିବାସରେ ଭେଟି ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଏହାପରେ ସେ ବିଜେଡିରେ ଯୋଗ ଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିଲା । କେବେ ଓ କେଉଁଠି ଭିକେ ପାଣ୍ଡିଆନ ବିଜେଡିରେ ମିଶିବେ, ପାର୍ଟିର କେଉଁ ଦାୟିତ୍ବରେ ରହିବେ। ଏବେ ସମସ୍ତେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

କିନ୍ତୁ ଗତ ମାସକ ଭିତରେ ତିନିଟିି ବଡ଼ ବାର୍ତ୍ତା ନବୀନ ନିବାସରୁ ଆସିଛି। ଭିକେ ପାଣ୍ଡିଆନ ବିଜେଡିର ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିବେ। ୨୦୨୪ ନିର୍ବାଚନରେ ନବୀନଙ୍କ ମୁଖ୍ୟ ସେନାପତି ଭାବେ କାମ କରିବେ। ଷ୍ଟାର କ୍ୟାମ୍ପେନର ଭାବେ ସାମ୍ନାକୁ ଆସିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.