ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ଯିବେ ପାରାଦୀପ

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ । ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ । ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜଭବନରେ ରାତ୍ରିଯାପନ କରିଛନ୍ତି ରାଷ୍ଟ୍ରପତି । ଆସନ୍ତାକାଲି ସକାଳେ ଯିବେ ପାରାଦୀପ । ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ମହାମହିମଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ବନ୍ଦର ନଗରୀ ।

ବିଭିନ୍ନ ସ୍ଥାନରେ ଲାଗିଛି ରାଷ୍ଟ୍ରପତିଙ୍କ ପୋଷ୍ଟର ଓ ହୋର୍ଡିଂ । କାଲି ସକାଳ ସାଢେ ୯ଟାରେ ହେଲିପ୍ୟାଡରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟରେ ବନ୍ଦରର ୪ ନମ୍ୱର ଗେଟ ଦେଇ ମେରାଇନ ସାଇଟ ଅଫିସରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ପହଞ୍ଚିବେ । ପତକା ଦେଖାଇ ବୋଇତ ଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।

ଭାରତୀୟ ତଟରକ୍ଷୀ ବାହିନୀର ଅମୋଘ ଜାହାଜରେ ପୋତାଶ୍ରୟ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସଭାସ୍ଥଳୀରେ ପହଁଞ୍ଚି ସଭାକାର୍ଯ୍ୟରେ ଯୋଗ ଦେବେ । ପରେ ଜବାହାର ଅତିଥି ଭବନରେ ୩୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ଭୋଜନ କରିବେ ପରେ ଅପରାହ୍ନରେ ଭୁବନେଶ୍ବର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପାରାଦୀପରେ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.