ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ପଦ୍ମାବତୀ ମେହେର । ସେ ଘରେ ଏକୁଟିଆ ରହୁଥିଲେ ।

ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ପଦ୍ମାବତୀ ମେହେର । ସେ ଘରେ ଏକୁଟିଆ ରହୁଥିଲେ । ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଘର କବାଟ ଆଗରେ ତାଲା ପଡ଼ିଥିବା ବେଳେ ଘର ଭିତରୁ ଅଧପୋଡା ମୃତଦେହ ଉଦ୍ଧାର ହୋଇଥିଲା । ତେଣୁ ଯୋଜନା କରି ପଦ୍ମାବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ ବଳରାମ ମେହେର । ଘଟଣାସ୍ଥଳରେ ଜୁନାଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.