Below header

ସମ୍ପର୍କ ନୁହେଁ ଆଗ ସମ୍ପତ୍ତି: ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ

ବାପା ମା କେତେ ଆଶା ନେଇ ପୁଅଟେ ଜନ୍ମ କରିଥାନ୍ତି । ସମସ୍ତେ କୁହନ୍ତି ପୁଅ ଅଛିତ ସାହା ଅଛି । ବାପା ମଧ୍ୟ ନିଜକୁ ଗର୍ବ ମନେ କରେ ପୁଅଟିର ବାପ ହୋଇ । ହେଲେ ମୁଣ୍ଡକୁ ହାତ ପାଇଗଲେ ସେଇ ପୁଅ ଯଦି ବାପା ମାଆକୁ ଭାଗ ମାଗିବ, ଆଉ ନଦେଲେ ଅକଥନୀୟ ନିର୍ଯାତନା ଦବ ତାହେଲେ ସେଇ ବାପା ମାଙ୍କ ଉପରେ କଣ ବିତୁଥିବ ଟିକେ ଚିନ୍ତା କଲେ ।

କାମାକ୍ଷାନଗର(କେନ୍ୟୁଜ୍): ବାପା ମା କେତେ ଆଶା ନେଇ ପୁଅଟେ ଜନ୍ମ କରିଥାନ୍ତି । ସମସ୍ତେ କୁହନ୍ତି ପୁଅ ଅଛିତ ସାହା ଅଛି । ବାପା ମଧ୍ୟ ନିଜକୁ ଗର୍ବ ମନେ କରେ ପୁଅଟିର ବାପ ହୋଇ । ହେଲେ ମୁଣ୍ଡକୁ ହାତ ପାଇଗଲେ ସେଇ ପୁଅ ଯଦି ବାପା ମାଆକୁ ଭାଗ ମାଗିବ, ଆଉ ନଦେଲେ ଅକଥନୀୟ ନିର୍ଯାତନା ଦବ ତାହେଲେ ସେଇ ବାପା ମାଙ୍କ ଉପରେ କଣ ବିତୁଥିବ ଟିକେ ଚିନ୍ତା କଲେ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ମଦ୍ୟପ ପୁଅ ଭୂଲିଗଲା ମାନବିକତା । ଟଙ୍କା ଓ ଜମିବାଡି ପାଇଁ ଜନ୍ମକଲା ବାପା ମାଆକୁ ଘରୁ ବାହାର କରିଦେଲା ପୁଅ । ରୋଗିଣା ବାପା ଓ ମାଆକୁ ମାଡ ମାରିବାକୁ ବି ଟିକେ କୁଣ୍ଠାବୋଧ କଲାନି । କିଡନି ରୋଗ ଓ ହାର୍ନିଆ ଅପରେସନ ହୋଇଥିବା ବୃଦ୍ଧ ବାପାକୁ ମାଡ ମାରିଲା । ଆଉ ମଦ ନିଶାରେ ହାର୍ନିଆ ଅପରେସନ୍ ହୋଇଥିବା ବାପାଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରି ଘରୁ ତଡ଼ିଦେଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏହି ଅସହାୟ ବାପା-ମାଆ ।

ଏବେ ନିଜ ଘର ଥାଇ ବି ବୃଦ୍ଧାଶ୍ରମରେ ରହୁଛନ୍ତି ଏହି ବୃଦ୍ଧ ଦମ୍ପତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ବେଢାପାଳ ଗ୍ରାମରେ । ଏନେଇ ବୃଦ୍ଧ ବାପା-ମାଆ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ଦେବା ପାଇଁ ଗୁହାରୀ କରିଛନ୍ତି । ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି ଗ୍ରାମର ରାହାସ ବେହେରା । ପରିବାର କହିଲେ ପତ୍ନୀ କାମିନୀ, ବଡ଼ପୁଅ ବିଶ୍ୱଜିତ ଓ ସାନପୁଅ ରଞ୍ଜିତ । ଅଭାବ ଅନଟନ ଭିତର ବହୁ କଷ୍ଟରେ ଦୁଇ ପିଲାଙ୍କୁ ବଡ଼ କରିଥିଲେ ରାହାସ । ହେଲେ ବୟସର ଏଇ ପାହାଚରେ ଯେ ତାଙ୍କୁ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡିବ ସେ କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ । ରାହାସଙ୍କ ସାନପୁଅ ସବୁବେଳେ ମଦ ପିଇ ଘରେ ଝଗଡା କରୁଥିଲା । ଯେଉଁଥିପାଇଁ ଘରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ନିଶାଶକ୍ତ ଜମିବାଡି ଭାଗବଣ୍ଟା କରିଦେବା ପାଇଁ ଜିଦ ଧରୁଥିଲା । ଏଥିରେ ରାହାସ ରାଜି ନହେବାରୁ ମଦ ପିଇ ମାରପିଟ କରିବା ଆରମ୍ଭ କରିଥିଲା ରଞ୍ଜିତ । ଯାହାଫଳରେ ବାଧ୍ୟ ହୋଇ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ।

son

ଏପଟେ ପ୍ରତ୍ୟେକ ଦିନ ଘରେ ଅଶାନ୍ତ ଲାଗି ରହିବାରୁ ବଡପୁଅ ଘରଛାଡି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଥିଲେ । ଏପରି କିଛି ଦିନ ଗଲା ପରେ ବାପା ମାଆ ବି ଘର ଛାଡି ଗାଁଠାରୁ କିଛି ଦୂରରେ ଘର ଭଡ଼ା ନେଇ ରହୁଥିଲେ । ହେଲେ ସେଠାରେ ମଧ୍ୟ ଯାଇ ମାଡପିଟ କରିଥିଲା ସାନପୁଅ । ଏବେ ବାଧ୍ୟ ହୋଇ ଗତ ୩ମାସ ହେଲା ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ଏହି ବୃଦ୍ଧ ଦମ୍ପତି । ତେବେ ଏନେଇ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ଆମ ସମାଜରେ । ବାରମ୍ବାର ବୃଦ୍ଧ ବାପା ମାଆଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ଆମେ କରୁଛି ସଚେତନ । ହେଲେ କିଛି ସ୍ୱାର୍ଥପର ପୁଅ ଝିଅ ସାମାନ୍ୟ ସମ୍ପତ୍ତି ଭୁଲିଯାଉଛନ୍ତି ସମ୍ପର୍କର ମୂଲ୍ୟ । ତେବେ ଏହି ବୃଦ୍ଧ ବାପା ମାଆ ଯଥାଶୀଘ୍ର ନ୍ୟାୟ ମିଳିବା ନିହାତୀ ଆବଶ୍ୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.