Below header

ଜି୨୦ ସମ୍ମିଳନୀ: ଭାରତ ମଣ୍ଡପମ୍‌ରେ ବିଶ୍ୱନେତା, କୋଣାର୍କ ଚକ୍ର ନିକଟରେ ରହି ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଆଜିଠାରୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଏଠାରେ ପ୍ରଥମେ ପହଞ୍ଚି ବିଶ୍ୱର ପ୍ରମୁଖ ନେତା ମାନଙ୍କୁ ବୈଠକକୁ ସ୍ୱାଗତ କରିଛନ୍ତି । ଜି-୨୦ ସମ୍ମିଳନୀ ସ୍ୱାଗତ ସ୍ଥଳରେ ମୋଦି କୋଣାର୍କ ଚକ୍ର ପାଖରେ ମୋଦି ଉପସ୍ଥିତ ରହି ସମସ୍ତ ରାଜନେତାଙ୍କୁ ସ୍ୱାଗତ କରୁଛନ୍ତି ।

ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଥିବା ଭାରତ ମଣ୍ଡପମ୍‌ ଠାରେ ଆଜିଠାରୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ସମଗ୍ର ବିଶ୍ୱରୁ ରାଜନେତା ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ପହଞ୍ଚିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଏଠାରେ ପ୍ରଥମେ ପହଞ୍ଚି ବିଶ୍ୱର ପ୍ରମୁଖ ନେତା ମାନଙ୍କୁ ବୈଠକକୁ ସ୍ୱାଗତ କରିଛନ୍ତି । ତେବେ ଏହି ସ୍ୱାଗତ କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନହୋଇଛି । କାରଣ ଜି-୨୦ ବୈଠକ ସ୍ୱାଗତ ସ୍ଥଳରେ ଓଡ଼ିଶାର କୋଣାର୍କ ଚକ୍ର ଶୋଭା ପାଉଛି । ଆଉ ମୋଦି କୋଣାର୍କ ଚକ୍ର ପାଖରେ ମୋଦି ଉପସ୍ଥିତ ରହି ସମସ୍ତ ରାଜନେତାଙ୍କୁ ସ୍ୱାଗତ କରୁଛନ୍ତି ।

ସୂଚନା ଅନୁସାରେ, ପ୍ରମୁଖ ବିଶ୍ବନେତା, ‘ଜି୨୦’ର ବିଶ୍ବର ପ୍ରମୁଖ ସଙ୍ଗଠନର ମୁଖ୍ୟ, ଅତିଥି ଦେଶମାନଙ୍କର ପ୍ରତିନିଧି ଦଳ ସବୁ ‘ଭାରତ ମଣ୍ଡପମ୍’ରେ ଉପସ୍ଥିତ ହେଲେଣି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପାଛୋଟି ନେଉଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୯.୩୦ରୁ ୧୦.୩୦ ମଧ୍ୟରେ ନେତା ଓ ପ୍ରତିନିଧିମାନେ ‘ଭାରତ ମଣ୍ଡପମ୍’ରେ ପହଞ୍ଚିବେ। ତା’ପରେ ‘ଟ୍ରି ଅଫ୍‌ଲାଇଫ୍‌ ଫର୍‌ ଫୟର୍‌’ରେ ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ବାଗତକାଳୀନ ଫଟୋ ଉତ୍ତୋଳନ କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.