ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିବାକୁ ପହଞ୍ଚିଲେ ଅକ୍ଷୟ କୁମାର, ସାଙ୍ଗରେ ଥିଲେ ଶିଖର ଧଓ୍ଵନ

ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହେଲେ ଅକ୍ଷୟ କୁମାର । ନିଜର ୫୬ ତମ ଜନ୍ମଦିନ ଅବସରରେ ଉଜୟିନୀରେ ପହଞ୍ଚି ମହାକାଳଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ଶିଖର ଧଓ୍ଵନଙ୍କୁ ଦେଖିବାକୁ ମିଳିଛି ।

ଅକ୍ଷୟ କୁମାର ଭଗବାନଙ୍କ ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହେବା ଲାଗି ଉଜୟିନୀ ପହଞ୍ଚିଛନ୍ତି । ନିଜର ୫୬ତମ ଜନ୍ମଦିନ ପାଳନ କରିବା ଅବସରରେ ଏବଂ ମହାକାଳଙ୍କ ଦର୍ଶନ କରି ନିଜ ଜନ୍ମଦିନକୁ ସ୍ୱତନ୍ତ୍ର କରିଛନ୍ତି । ନିଜ ପରିବାର ସହିତ ଭଗବାନଙ୍କ ଦର୍ଶନ କରି ଭଷ୍ମ ଆରତୀରେ ସାମିଲ ହୋଇଛନ୍ତି । କ୍ରିକେଟର ଶିଖର ଧୱନଙ୍କ ସହ ଭଗବାନ ମହାକାଲଙ୍କ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ଏବଂ ଦେଶର ଉନ୍ନତି ଲାଗି ପ୍ରାର୍ଥନା କରିଛନ୍ତି ।

ଅକ୍ଷୟ କୁମାର ଭଗବାନଙ୍କ ମହାକାଳଙ୍କ ଦରବାରରେ ସବୁଠାରୁ ଆଗରେ ବସି ଭଷ୍ମ ଆରତୀରେ ଭଗବାନ ମହାକାଳଙ୍କ ଆର୍ଶୀବାଦ ନେଇଛନ୍ତି । କ୍ରିକେଟର ଶିଖର ଧୱନ ମଧ୍ୟ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ପ୍ରାର୍ଥନା କରିଛନ୍ତି ଅକ୍ଷୟ କୁମାର ମିଡିଆରେ କହିଛନ୍ତି ଯେ, ସେ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିଛନ୍ତି । ଫଟୋରେ ଅକ୍ଷୟ କୁମାରଙ୍କ ସହିତ ଶିଖର ଧଓ୍ଵନ ବସିଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ଅକ୍ଷୟ କୁମାର ଫିଲ୍ମ ସୁଟିଂ ସମୟରେ ଭଗବାନ ମହାକାଳ ମନ୍ଦିର ପରିଦର୍ଶନ କରିଛନ୍ତି । ତେବେ ଅକ୍ଷୟ କୁମାର ମନ୍ଦିର ଯିବା ଖବର ମନ୍ଦିର ସମିତିର କାହା ପାଖଷର ନଥିଲା । ତାଙ୍କୁ ମହାକାଳ ଦରବାର ଦେଖି ଶ୍ରଦ୍ଧାଳୁ ବହୁତ ଖୁସି ହୋଇଯାଇଥିଲେ ।

ଅକ୍ଷୟ କୁମାରଙ୍କ ଫିଲ୍ମ ଓ ମାଇଁ ଗଡ ୨ ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏହାର ସୁଟିଂ ଉଜୟନୀରେ ହୋଇଥିଲା । ଆଜି ମଧ୍ୟ ‘ୱେଲକମ ୩’  ଫିଲ୍ମ ବିଷୟରେ ଅକ୍ଷୟ କୁମାର ଘୋଷଣା କରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ଏଥର ‘ୱେଲକମ ୩’ ରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାର୍ସି ମଧ୍ୟ ନଜର ଆସିବେ। ଫିଲ୍ମର ରିଲିଜ ହେବା ତାରିଖ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା ‘ୱେଲକମ ୩’କୁ ୨୦୨୪ ଖ୍ରୀଷ୍ଟମାସରେ ରିଲିଜ କରିବେ । ଏହି ଫିଲ୍ମକୁ ୱେଲକମ ଟୁ ଦ ଜଙ୍ଗଲ ଟାଇଟଲ ସହିତ ରିଲିଜ କରାଯିବ।

ଫିରୋଜ ନାଡିଆଡଓ୍ଵାଲାଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ୱେଲକମ’ ୨୦୦୭ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର, ନାନା ପାଟେକର, ଅନିଲ କପୁର, ପରେଶ ରାଓ୍ଵଲଙ୍କ ଭଳି ଷ୍ଟାର ନଜର ଆସିଥିଲେ । ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହାପରେ ୨୦୧୫ରେ ଏହାର ଦ୍ୱିତୀୟ ଭାଗ‘ୱେଲକମ ବ୍ୟାକ’ ରିଲିଜ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.