‘ଆପଣଙ୍କୁ ଦେଖି ବହୁତ ଖୁସି ଲାଗିଲା ମିଷ୍ଟର PM’, ମୋଦିଙ୍କ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ବାଇଡେନ କଲେ ଟ୍ଵିଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୋଦିଙ୍କୁ ଦେଖି ବହୁତ ଖୁସି । ଜି୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଡିନର କରିଥିଲେ ବାଇଡେନ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି ବାଇଡେନ୍।

ଆଜିଠାରୁ ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଭାରତରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ହ୍ୟାଲୋ ଦିଲ୍ଲୀ’ ବୋଲି ପୋଷ୍ଟ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି ବାଇଡେନ୍। ବାଇଡେନ କହିଛନ୍ତି, ମୋଦିଙ୍କୁ ଦେଖି ବହୁତ ଖୁସି । ଏଥିସହ ଜି-୨୦ ସମ୍ମିଳନୀ ଲାଗି ଭାରତ ଆସି ଖୁବ୍ ଭଲ ଲାଗୁଥିବା ଉଲ୍ଲେଖ କରିଛନ୍ତି।

ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଡିନର କରିଥିଲେ ବାଇଡେନ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି ବାଇଡେନ୍। ବାଇଡେନ କହିଛନ୍ତି, ମୋଦିଙ୍କୁ ଦେଖି ବହୁତ ଖୁସି । ଏଥିସହ ଆମେରିକା-ଭାରତ ସଂପର୍କ ପୂର୍ବ ଅପେକ୍ଷା ଅଧିକ ମଜଭୁତ ଏବଂ ଗତିଶୀଳ ହେବା ନେଇ ଜି- ୨୦ ସମ୍ମିଳନୀ ଅବସରରେ ଆମେ ସୁନିଶ୍ଚିତ କରିବା ବୋଲି ବାଇଡେନ୍ ଲେଖିଛନ୍ତି।

ଗତକାଲି ସନ୍ଧ୍ୟା ୭ଟାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିଥିବା ବେଳେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ବାଇଡେନ ସିଧା ନିଜ ହୋଟେଲ ମୌର୍ଯ୍ୟ ଶେରଟନକୁ ଯାଇଥିଲେ । ସେଠାରୁ ସେ ୭ – ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।