ଇଲେକ୍ଟ୍ରିକ୍‌ କାର ବିକ୍ରି କରିବାରେ ଆଗରେ ରହିଛି ଚୀନ୍‌ର ଏହି କମ୍ପାନୀ, ୬ ମାସ ମଧ୍ୟରେ ବିକ୍ରି କରିଛି ଏତିକି କାର

ଇଲେକ୍ଟ୍ରିକ୍‌ ଭେଇକିଲ ଗୁଡିକର ସେଲ୍ସ ଡାଟା ସାମ୍ନାକୁ ଆସିଛି, ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ Tesla ପରିବର୍ତ୍ତେ ଚୀନ୍‌ର ଏକ କମ୍ପାନୀ ଇଲେକ୍ଟ୍ରିକ୍‌ ଭେଇକିଲ ସେଗମେଣ୍ଟ ବିକ୍ରି କରିବାରେ ଆଗରେ ରହିଛି । ତେବେ କେଉଁ ଚାଇନିଜ୍ କମ୍ପାନୀ ଗାଡ଼ିଗୁଡିକର ଅଧିକ ଚାହିଦା ରହିଛି ଆସନ୍ତୁ ଜାଣିବା ।

ପେଟ୍ରୋଲ ଏବଂ ଡିଜେଲ ଦାମ ବଢ଼ୁଥିବାରୁ ସାରା ବିଶ୍ୱରେ ଇଲେକ୍ଟ୍ରିକ୍‌ ଭେଇକିଲ ଗୁଡ଼ିକର ଚାହିଦା ବଢ଼ି ଚାଲିଛି । ଯଦି ଆପଣ ଭାବୁଛନ୍ତି ଯେ ଟାଟା ମୋଟର୍ସ ସର୍ବାଧିକ ଇଲେକ୍ଟ୍ରିକ୍‌ ଗାଡ଼ି ବିକ୍ରି କରୁଛି ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ । ଆଜି ଆମେ ଆପଣଙ୍କୁ କିଛି ବଡ ପ୍ଲେୟର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ୨୦୨୩ର ପ୍ରଥମ ୬ମାସରେ ସର୍ବାଧିକ ଇଲେକ୍ଟ୍ରିକ୍‌ ଗାଡ଼ି ବିକ୍ରି କରିଛନ୍ତି । ଇଲେକ୍ଟ୍ରିକ୍‌ ଭେଇକିଲ ଗୁଡିକର ସେଲ୍ସ ଡାଟା ସାମ୍ନାକୁ ଆସିଛି, ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ Tesla ପରିବର୍ତ୍ତେ ଚୀନ୍‌ର ଏକ କମ୍ପାନୀ ଇଲେକ୍ଟ୍ରିକ୍‌ ଭେଇକିଲ ସେଗମେଣ୍ଟ ବିକ୍ରି କରିବାରେ ଆଗରେ ରହିଛି । ତେବେ କେଉଁ ଚାଇନିଜ୍ କମ୍ପାନୀ ଗାଡ଼ିଗୁଡିକର ଅଧିକ ଚାହିଦା ରହିଛି ଆସନ୍ତୁ ଜାଣିବା ।

ଜାନୁୟାରୀ ୨୦୨୩ରୁ ଜୁନ୍ ୨୦୨୩ ଅର୍ଥାତ ଚଳିତ ବର୍ଷ ଆରମ୍ଭ ୬ ମାସରେ, କେଉଁ କମ୍ପାନୀଗୁଡିକ ଇଭି ସେଗମେଣ୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଗ୍ରାହକମାନେ କେଉଁ କମ୍ପାନୀର କାର୍ ଅଧିକ କିଣିଥିଲେ ଆସନ୍ତୁ ଜାଣିବା ।

BYD ପ୍ରଥମ ନମ୍ବରରେ ରହିଛି, ୬ ମାସ ମଧ୍ୟରେ ଏହି କମ୍ପାନୀ ୧୧ ଲକ୍ଷ ୯୧ ହଜାର ୪୦୫ଟି କାର ବିକ୍ରି କରିଛି । ଟେସଲା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୬ ମାସ ମଧ୍ୟରେ ଏହା ୮ ଲକ୍ଷ ୮୮ହଜାର ୮୭୯ଟି ଗାଡି ବିକ୍ରି କରିଛି ।

ବିଏମଡବ୍ଲୁ ତୃତୀୟ ନମ୍ବରରେ ରହିଛି, ଏହି କମ୍ପାନୀ ୬ ମାସ ମଧ୍ୟରେ ୨ ଲକ୍ଷ ୨୦ହଜାର ୭୯୫ଟି କାର ବିକ୍ରି କରିଛି । GAC Aion ଚତୁର୍ଥ ସ୍ଥାନରେ ଅଛି, ଏହି କମ୍ପାନୀ ୨,୧୨, ୦୯୦ ୟୁନିଟ୍ ବିକ୍ରି କରିଛି । Volkswagen ପଞ୍ଚମ ସ୍ଥାନରେ ଅଛି, ଏହି କମ୍ପାନୀ ୨,୦୯,୮୫୨ଟି କାର ବିକ୍ରି କରିଛି ।

ଗତ ୬ ମାସ ମଧ୍ୟରେ ବିକ୍ରି ହୋଇଥିବା ୫ଟି ବେଷ୍ଟ ଇଲେକ୍ଟି୍ରକ୍‌ କାର ବିଷୟରେ ତ ଆପଣମାନେ ଜାଣିଲେ । ଏହି ଲିଷ୍ଟ ବହୁତ ଲମ୍ବା ରହିଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଟପ୍‌ ୧୫ ଲିଷ୍ଟରେ କେଉଁ କମ୍ପାନୀ ରହିଛି । ୧୪ ନମ୍ବରରେ ଅଛି Kia, ଏହି କମ୍ପାନୀ ୬ ମାସରେ କେବଳ ୧,୧୧,୩୧୬ କାର ବିକ୍ରି କରିଥିବାବେଳେ Audi ୧୫ ନମ୍ବରରେ ପହଞ୍ଚି କେବଳ ୧,୦୭,୯୬୯ ୟୁନିଟ୍ ୬ ମାସ ମଧ୍ୟରେ ବିକ୍ରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.