୭୦୦୦ ଟଙ୍କା ଶସ୍ତାରେ ମିଳୁଛି ସାମସଙ୍ଗର ଏହି ସ୍ମାର୍ଟ ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

ଆପଣ ଫ୍ଲିପକାର୍ଟରେ Samsung Galaxy F13 ଫୋନକୁ ବହୁତ କମ୍ ମୂଲ୍ୟରେ କିଣି ପାରିବେ । ଏହି ଫୋନରେ ଆପଣଙ୍କୁ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି, ଯାହା ସାହାଯ୍ୟରେ ଆପଣ ଏହି ଫୋନକୁ ବହୁତ କମ ମୂଲ୍ୟରେ କିଣି ପାରିବେ ।

ଭାରତର ଅନେକ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ମଧ୍ୟରୁ ସାମସଙ୍ଗ ଅନ୍ୟତମ । ସମୟ ସମୟରେ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ନୂଆ ସ୍ମାର୍ଟଫୋନ ଆଣିଥାଏ । କେବଳ ଏତିକି ନୁହେଁ ଇ-କମର୍ସ ସାଇଟଗୁଡ଼ିକରେ ଆପଣଙ୍କୁ ଅନେକ ରେଡମି ଫୋନରେ ମଧ୍ୟ ଭଲ ଅଫର ମିଳିଥାଏ । ତେବେ ଆପଣ ଫ୍ଲିପକାର୍ଟରେ Samsung Galaxy F13 ଫୋନକୁ ବହୁତ କମ୍ ମୂଲ୍ୟରେ କିଣି ପାରିବେ । ଏହି ଫୋନରେ ଆପଣଙ୍କୁ ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି, ଯାହା ସାହାଯ୍ୟରେ ଆପଣ ଏହି ଫୋନକୁ ବହୁତ କମ ମୂଲ୍ୟରେ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଅଫର ବିଷୟରେ ।

Samsung Galaxy F13 :
ଫ୍ଲିପକାର୍ଟରେ Samsung Galaxy F13 ରେ ୩୬%ର ବମ୍ପର ଡିସକାଉଣ୍ଟ ଦିଆଯାଉଛି । ଏହି ଅଫର ପରେ ଫୋନର ମୂଲ୍ୟ କେବଳ ୯,୪୯୯ ଟଙ୍କା ହେବ । କେବଳ ଏତିକି ନୁହେଁ, ଫୋନ କିଣିବାରେ କିଛି ବ୍ୟାଙ୍କ ଅଫର ମଧ୍ୟ ମିଳୁଛି , ଯାହାର ଲାଭ ଉଠାଇ ଆପଣ ଏହାର ମୂଲ୍ୟକୁ ଆହୁରି କମ କରି ପାରିବେ । ଯଦି ଆପଣଙ୍କ ପାଖରେ ଫ୍ଲିପକାର୍ଟ ଆକ୍ସିସ୍‌ ବ୍ୟାଙ୍କ କାର୍ଡ ଅଛି ତେବେ ଆପଣ ୨୫୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇ ପାରିବେ ।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟଫୋନ୍ କିଣିବା ଉପରେ ଆଉ ଏକ ବଡ଼ ଡିଲ୍ ଅଫର ଦିଆଯାଉଛି । ଆପଣ ନିଜର ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରି ମଧ୍ୟ ଏହି ସ୍ମାର୍ଟଫୋନକୁ କିଣି ପାରିବେ । ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା ଫୋନ ଅଛି ତେବେ ଆପଣ ଏହି ଅଫର ଅନୁସାରେ ଫୋନର ମୂଲ୍ୟକୁ ୭,୭୦୦ ଟଙ୍କା ପର୍ଯ୍ୟନ୍ତ କମ କରି ପାରିବେ । ଏକ୍ସଚେଞ୍ଜ ଅଫର ଆପଣଙ୍କ ପୁରୁଣା ଫୋନର କଣ୍ଡିସନ ଉପରେ ନିର୍ଭର କରେ । ଯଦି ଆପଣଙ୍କ ଫୋନର କଣ୍ଡିସନ ଭଲ ଥିବ ତେବେ ଆପଣ ୭,୭୦୦ ଟଙ୍କା ପର୍ଯ୍ୟନ୍ତ କମ କରି ପାରିବେ ।

Samsung Galaxy F13 ର ଫିଚର :
ଡିସପ୍ଲେ – ଫୋନରେ 6.6 ଇଞ୍ଚ ସ୍କ୍ରିନର ଫୁଲ୍ HD ପ୍ଲସ୍ ଡିସପ୍ଲେ ମିଳିଥାଏ ।
ପ୍ରୋସେସର – କମ୍ପାନୀ ଏହି ଫୋନରେ Exynos 850 ପ୍ରୋସେସର ଇନଷ୍ଟଲ କରିଛି ।
କ୍ୟାମେରା – ଏଥିରେ 50 MP ମେନ ରିୟର କ୍ୟାମେରା, 5 MP ସେକେଣ୍ଡାରୀ କ୍ୟାମେରା ଏବଂ ଫ୍ଲାସ୍ ଲାଇଟ୍ ସହିତ 2 MPର ଥାର୍ଡ କ୍ୟାମେରା ରହିଛି ।
OS – ଏହି ଫୋନ୍ ଆଣ୍ଡ୍ରଏଡ୍ 12ରେ କାମ କରେ ।
RAM ଏବଂ ଇଣ୍ଟରନାଲ ଷ୍ଟୋରେଜ୍- ଏହି ଫୋନରେ 4 GB RAM, 64 GB ଇଣ୍ଟରନାଲ ଷ୍ଟୋରେଜ୍ ରହିଛି ।
ବ୍ୟାଟେରୀ- 15W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6000mAh ବ୍ୟାଟେରୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.