Below header

ହଜିଲା ବଳଦ ଖୋଜିଲା ଠେଇ, ମାସ୍କ ଚେକିଂ କରୁ କରୁ ଧରାପଡିଲା ବାଇକ ଚୋରିର ବଡ ରାକେଟ

ସୋର(କେନ୍ୟୁଜ୍):ସୋର ପୋଲିସର ବଡ ସଫଳତା । ବାରମ୍ବାର ସୋର ଅଞ୍ଚଳରେ ବାଇକ ଚୋରି ହେଉଥିବା ବେଳେ ସୋର ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ଟିମରେ ଏଏସଆଇ ପ୍ରଦୀପ ମହାନ୍ତି ଓ ପ୍ରତାପ କାର୍ଲୋ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।ସୋର କସିପୋଲ ନିକଟରେ କରୋନା କଟକଣା ପାଇ ମାସ୍କ ଚେକିଂ କରୁଥିବା ବେଳେ ବାଇକ ନେଇ ଆସୁଥିବା ଜଣେ ଯୁବକ ପୋଲିସକୁ ଦେଖି ଗାଡି ବୁଲାଇ ପଳାଇ ଯାଉଥିବା ବେଳେ ସୋର ପୋଲିସ ପିଛା କରି ତା’ର କାଗଜ ପତ୍ର ଯାଞ୍ଚ କରିଥୁବା ବେଳେ ଚୋରା ଗାଡି ବୋଲି ଜଣାପଡିଥିଲା ।

ଉକ୍ତ ଯୁବକକୁ ଥାନାରେ ଅଟକ ରଖି୍ ପଚରା ଉଚରା କରିବା ପରେ ଏହା ଏକ ବାଇକ ଚୋରିର ବଡ ରାକେଟ ବୋଲି ଜଣା ପଡିଥିଲା । ଅଭିଯୁକ୍ତ ଜଣକ ଭଦ୍ରକ ଅଞ୍ଚଳରୁ ଅନେକ ଚୋରା ଗାଡି କିଣି ସୋର ଅଞ୍ଚଳରେ ବିକୁଥିବାର ଜଣାପଡିଥିଲା । ସୋର ପୋଲିସ ଭଦ୍ରକ ଅଞ୍ଚଳରେ ଚଢାଉ କରି ଧାମନଗର, ବାସୁଦେବପୁର, ବନ୍ତ, ଧାମରା ଓ ବାଲେଶ୍ବର ଜିଲ୍ଲାର ରେମୁଣା ଏବଂ ମୟୁରଭଞ୍ଜର କିଛି ଅଞ୍ଚଳରୁ ବାଇକ ଚୋରି କରିଥିବାର ଜଣାପଡିଥିଲା । ତେବେ ଭଦ୍ରକ ପୁରୁଣା ବଜାର ଅଞ୍ଚଳର ସେଖ ବବଲୁ ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ସୋର କାଜିମହଲା ଅଞ୍ଚଳର ସେଖ ବାବୁକୁ ବିକ୍ରି କରୁଥିବା ଜଣା ପଡିଥିଲା । ସୋର ପୋଲିସ ବିଭିନ୍ନ ଅଞ୍ଚଳରୁ ଚଢାଉ କରି ୨୧ଟି ବାଇକ ଓ ୪ଟି ସ୍କୁଟି ଜବତ କରିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରି ସୋର ଥାନା କେସ ନଂ ୨୩୫/୨୦ ରେ କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.