ମାହାଙ୍ଗା: ଗହ୍ମା ପୂର୍ଣ୍ଣିମାରେ ଗୋ ହତ୍ୟା ଅଭିଯୋଗ, ଜଣକୁ ଗିରଫ କଲା ପୋଲିସ

ମାହାଙ୍ଗା(କେନ୍ୟୁଜ୍):  ଗହ୍ମା ପୂର୍ଣ୍ଣିମାରେ ଗୋ ହତ୍ୟା ଅଭିଯୋଗ। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଗିରଫ ହୋଇଛନ୍ତି।  ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ପଞ୍ଚାୟତ ମଲ୍ଲିକପୁର ଗାଁରେ।  ଏହି ଅଞ୍ଚଳରେ ଥିବା ଏକ ବେଆଇନ୍ କଂସେଇଖାନାକୁ କୁମୁଡ଼ା ଜୟପୁର ଫାଣ୍ଡି ଅଧିକାରୀ ଓ ମାହାଙ୍ଗା ପୋଲିସ ଠାବ କରି ମିଳିତ ଭାବେ ଚଢ଼ାଉ କରିଥିଲେ ।  ସେଠାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗୋ ମାସଂ ଜବତ କରିଛନ୍ତି ଥାନା ଅଧିକାରୀ ।  ଘଟଣାରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ବେଳେ କିଛି ଲୋକ ସେଠାରୁ ଖସି ପଳାଇଥିବାର  ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.