ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ପାଇଁ ସ୍ବତନ୍ତ୍ର ଗାଇଡଲାଇନ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ଅଫିସ୍

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି  ରାଜ୍ୟ ସରକାର।  ଅକ୍ଟୋବର ମାସରେ ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏହା ସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ ପ୍ରତ୍ୟେକ ଶନିବାର ଦିନ ବନ୍ଦ ରହିବ ବୋଲି  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଜରୁରୀ ସେବା ସହ ଜଡ଼ିତ କାର୍ଯ୍ୟାଳୟ ଓ ଏସ୍‌ଆରସି ଅଫିସ, ଓସ୍‌ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥାଙ୍କୁ ଏହି ବ୍ୟବସ୍ଥାରୁ ବାଦ ଦିଆଯାଇଛି । ଏହି ସବୁ ଆପତ୍ତକାଳୀନ ସେବାର  ଅଫିସ୍ ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

 

guidelines

ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ନିଷ୍ପତ୍ତି କରିବେ ।  ମାତ୍ର ଅଫିସର କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନ ଘଟେ ତାହା ଦାୟିତ୍ବରେ ଥିବା ଅଧିକାରୀ ନିଶ୍ଚିତ କରିବେ।