ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ଉପଜିଳ୍ଲାପାଳ ଅଫିସର ହେଡ୍ କ୍ଲର୍କ ,୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଟିମ୍

ଖୋର୍ଦ୍ଧା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଉପଜିଳ୍ଲାପାଳ ଅଫିସର ହେଡ୍ କ୍ଲର୍କ ତପନ କୁମାର ନାୟକ। ମିଳିଥିବା ସୂଚନା ମୁତାବକ ଜମି ବିକିବା ପରିମିଶନ ପାଇଁ ରାଜା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ରାଜା ଏବାବଦରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗକୁ ଅବଗତ କରାଇବା ପରେ କ୍ଲର୍କଙ୍କୁ ଧରିବା ପାଇଁ ବିଭାଗ ବିଛାଇଥିଲା ଜାଲ। ଆଜି ରାଜା କ୍ଲର୍କଙ୍କୁ ଟଙ୍କା ଦେବା ବେଳେ ଘଟଣା ସ୍ଥଳରୁ ତପନଙ୍କ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ହାତରୁ ରଙ୍ଗ ପରୀକ୍ଷା କରାଇବା ସହ ନଗଦ ରଙ୍ଗବୋଳା ୨୦ ହଜାର ଟଙ୍କାକୁ ଜବତ କରଛି।