Below header

ଆସନ୍ତା ୨୧ ତାରିଖରୁ ବିନା ସାର୍ଟିଫିକେଟରେ କରିପାରିବେ ଜଗା ଦର୍ଶନ

ପୁରୀ(କେ ନ୍ୟୁଜ):  ଆସନ୍ତା ୨୧ ତାରିଖରୁ ବିନା କୋଭିଡ ନେଗେଟିଭ ସାର୍ଟିଫିକେଟରେ ଭକ୍ତ ମାନେ କରିପାରିବେ ମହାପ୍ରଭୁଙ୍କ ଦର୍ଶନ । ଦୈନିକ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଆସିବା ସମ୍ଭାବନା ଥିବାରୁ ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । କୋଭିଡ ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ୭ଟା ସମୟ ମଧ୍ୟରେ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ଦର୍ଶନ । ମର୍ଚ୍ଚିକୋଟ ଛକରୁ ଭକ୍ତମାନେ ବ୍ୟାରିକେଡରେ ଆସି ହାତ ସାନିଟାଇଜ କରିବା ସହ ଶ୍ରୀମନ୍ଦିର ଭିତରେ ଦର୍ଶନ କରିବେ ।

puri collector

ମହାପ୍ରସାଦ ମନ୍ଦିର ପରିସରରେ ସେବନ ଉପରେ କଟକଣା ଥିବାବେଳେ ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୫ ହଜାର ପୁରୀ ବାସିନ୍ଦା ଓ ପ୍ରାୟ ୧ ଲକ୍ଷ ୨୫ ହଜାର ସାଧାରଣ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ଦର୍ଶନ କରିଥିବା ବୈଠକରେ ସୂଚନା ଦିଆଯାଇଛି । ଏସଓପିରେ ଥିବା ଅନ୍ୟ ସମସ୍ତ କଟକଣାକୁ ପାଳନ କରାଯିବାକୁ ବୈଠକରେ ନିଷ୍ପତି ହୋଇଛି । ବୈଠକରେ ଏସପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ସିଡିଏମଓ, ପୌରାଧିକାରୀ ଓ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.