ଚା ସହିତ ନିଅନ୍ତୁ କୁରକୁରେ ସ୍ନାକ୍ସର ମଜା, ବନାନ୍ତୁ ସୋୟା ରୋଲ କଟଲେଟ୍‌

ଆବଶ୍ୟକ ସାମଗ୍ରୀ

ସୋୟା ବଡି – ୧/୨ କପ୍‌
ସିଝା ଆଳୁ – ୨୫୦ ଗ୍ରାମ
ଚଣା ଡାଲି – ୧/୨ କପ୍‌
ଗରମ ମସଲା – ଏକ ଛୋଟ ଚାମଚ
ଧନିଆ ପତ୍ର – ୨ ବଡ ଚାମଚ
କଞ୍ଚା ଲଙ୍କା – ୨ଟି
ଲୁଣ – ସ୍ୱାଦାନୁସାରେ
ପାଣି – ଆବଶ୍ୟକ ଅନୁସାରେ
ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ପ୍ୟାନରେ ପାଣି, ଡାଲି ଏବଂ ଗରମ ମସଲା ପକାଇ ଫୁଟାନ୍ତୁ।
  • ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ପେଶି ଦିଅନ୍ତୁ।
  • ଏକ ପାତ୍ରରେ ଗରମ ପାଣି ଏବଂ ୧/୨ ଛୋଟ ଚାମଚ ଲୁଣ ପକାଇ ଦିଅନ୍ତୁ।
  • ସେଥିରେ ସୋୟା ବଡି ଭିଜାଇ ଚିପୁଡି ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ମିଶାଇ ଛୋଟ ଛୋଟ ରୋଲ୍ସ ବନାଇ ଦିଅନ୍ତୁ।
  • ପ୍ୟାନରେ ତେଲ ଗରମ କରି ସେଥିରେ କଟଲେଟ ସୁନଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଏହାକୁ ପ୍ଲେଟକୁ ବାହାର କରି ଧନିଆ ଚଟଣୀ କିମ୍ବା ଟମାଟୋ ସହିତ ସର୍ଭ କରନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସୋୟା ରୋଲ୍‌।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.