Below header

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ

କେନ୍ୟୁଜ୍(ବ୍ୟୁରୋ):  ଖୁବ୍‌ ଶୀଘ୍ର ଗଠନ ହେବ ନବୀନଙ୍କ ନୂଆ ଟିମ୍‌। ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବିଜେଡ଼ିର ଆଉ ଦୁଇ ନେତା । ଏହି ଦୁଇ ଜଣ ହେଉଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ। ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କିଛି ପରିବର୍ତ୍ତନ କରିବେ ବୋଲି କୁହାଯାଉଛି। ଏଥି ସହିତ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଉପନିର୍ବାଚନର ଫଳ ବାହାରିବ। ଏହାପରେ ପରେ ସନ୍ଧ୍ୟାରେ ମନ୍ତ୍ରୀ ମଣ୍ଡଳର ପରିବର୍ତ୍ତନ ନେଇ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

 ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀକାନ୍ତ ସାହୁ କହିଛନ୍ତି ସଂଗଠନ କାମ ପାଇଁ ଇସ୍ତଫା ଦେଇଛି। ଇସ୍ତଫା ପରେ ସଂଗଠନ ପାଇଁ କାମ କରିବି । ସେହିପରି ସମୀର ଦାଶ କହିଛନ୍ତି  ସଂଗଠନ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି ।

 ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଭଳି ସମୟରେ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଏହାର ପ୍ରାଥମିକ ପ୍ରକିୟା ଭାବେ ମନ୍ତ୍ରୀମଣ୍ଡଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ଏହା ନବୀନଙ୍କ ୫ମ ପାଳିର ଶେଷ ଅଦଳବଦଳ ହେବ। ଅନ୍ୟପଟେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଓଡ଼ିଶା ଫେରିବେ। ଆସିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.