ବାନ୍ଧବୀଙ୍କୁ କକ୍‌ପିଟରେ ବସାଇଥିବା ପାଇଲଟ୍‌ ନିଲମ୍ବିତ, ଏୟାର ଇଣ୍ଡିଆକୁ ହେଲା ୩୦ ଲକ୍ଷ ଟଙ୍କା ଫାଇନ୍‌

ବାନ୍ଧବୀଙ୍କୁ କକ୍‌ପିଟକୁ ନେଇଥିବା ପାଇଲଟ ହେଲେ ନିଲମ୍ବିତ । ଏଥିସହ ଏୟାର ଇଣ୍ଡିଆକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଫାଇନ ହୋଇଛି । ଦୁବାଇରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ବାନ୍ଧବୀଙ୍କୁ କକ୍‌ପିଟରେ ବସାଇଥିଲେ ।

ନୂଆଦିଲ୍ଲୀ: ବାନ୍ଧବୀଙ୍କୁ କକ୍‌ପିଟକୁ ନେଇଥିବା ପାଇଲଟ ହେଲେ ନିଲମ୍ବିତ । ଏଥିସହ ଏୟାର ଇଣ୍ଡିଆକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଫାଇନ ହୋଇଛି । ଦୁବାଇରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ବାନ୍ଧବୀଙ୍କୁ କକ୍‌ପିଟରେ ବସାଇଥିଲେ ।

ଯାହାକି ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିଲା । ଫଳରେ ଉକ୍ତ ଏୟାର ଇଣ୍ଡିଆର ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍ସକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଘଟଣାଟି ଥିଲା ଗତ ଫେବ୍ରୁଆରୀ ମାସର।

ବିମାନର କମାଣ୍ଡରେ ଥିବା ପାଇଲଟ୍ ଡିଜିସିଏ ନିୟମକୁ ଉଲ୍ଲଂଘନ କରି ଯାତ୍ରୀ ଭାବେ ସଂପୃକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ବାନ୍ଧବୀଙ୍କୁ ଉଡ଼ାଣ ସମୟରେ କକପିଟ୍ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ହେଲେ ଏୟାର ଇଣ୍ଡିଆ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ନଥିଲା ।

ଫଳରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ପାଇଲଟଙ୍କ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯାଇଛି । ତଦନ୍ତ ଶେଷ ନହେବା ଯାଏ ଉକ୍ତ ବିମାନର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ହଟାଇ ଦିଆଯାଇଛି ।