ପାକିସ୍ତାନରେ ୧ କିଲୋମିଟର ଯିବା ପାଇଁ ଭଡ଼ା କେତେ ଜାଣନ୍ତି କି ? ଜାଣିଲେ ମୁଣ୍ଡ ଘୁରିଯିବ

ପାକିସ୍ତନା ସର୍ବଦା ଭାରତ ସହ ମୁକାବିଲା କରିଥାଏ । ହେଲେ ପାକିସ୍ତାନର ଅବସ୍ଥା ସବୁଥିରେ ଖରାପ । ଖାଦ୍ୟ ହେଉ ବା ପରିବହନ ବା ଯାତ୍ରା ହେଉ । ଋଣଭାରରେ ବୁଡିଥିବା ପାକିସ୍ତାନରେ ଖାଦ୍ୟ ଦର ଆକାଶ ଛୁଆଁ ହେଇଥିବା ବେଳେ ଯାତ୍ରା କରିବା ମଧ୍ୟ ମହଙ୍ଗା । ଏବେ ଦୁଇ ଓଲି ଖାଇବା ପାକିସ୍ତାନରେ ଲୋକଙ୍କ ପାଇଁ କଷ୍ଟକର ହୋଇଥିବା ବେଳେ ଯାତ୍ରୀ ପରିବହନ ମଧ୍ୟ ଆକାଶ ଛୁଆଁ ।

ନୂଆଦିଲ୍ଲୀ : ପାକିସ୍ତନା ସର୍ବଦା ଭାରତ ସହ ମୁକାବିଲା କରିଥାଏ । ହେଲେ ପାକିସ୍ତାନର ଅବସ୍ଥା ସବୁଥିରେ ଖରାପ । ଖାଦ୍ୟ ହେଉ ବା ପରିବହନ ବା ଯାତ୍ରା ହେଉ । ଋଣଭାରରେ ବୁଡିଥିବା ପାକିସ୍ତାନରେ ଖାଦ୍ୟ ଦର ଆକାଶ ଛୁଆଁ ହେଇଥିବା ବେଳେ ଯାତ୍ରା କରିବା ମଧ୍ୟ ମହଙ୍ଗା । ଏବେ ଦୁଇ ଓଲି ଖାଇବା ପାକିସ୍ତାନରେ ଲୋକଙ୍କ ପାଇଁ କଷ୍ଟକର ହୋଇଥିବା ବେଳେ ଯାତ୍ରୀ ପରିବହନ ମଧ୍ୟ ଆକାଶ ଛୁଆଁ ।

ପାକିସ୍ତାନରେ ବସ ଭଡା ଭାରତ ଠାରୁ ପ୍ରାୟ ୧୧୦ ପ୍ରତିଶତ ଅଧିକ । ଭାରତରେ ବସ ଭଡା ୧ କିମିକୁ ୨୨.୮ ପଇସା ହୋଇଥିବା ବେଳେ ପାକିସ୍ତାନରେ ଏହା ୪୮ ପଇସା । ଯଦି ଜଣେ ବ୍ୟକ୍ତି ପାକିସ୍ତାନରେ ଲାହୋରରୁ ଇସଲାମବାଦ ମାତ୍ର ୩୭୮ କିଲୋମିଟ ଯାଏ ତାଙ୍କୁ ଗାଡ଼ି ଭଡା ୧୮୦୦ ଟଙ୍କା ଦେବାକୁ ପଡିବ ।

ସେହିପରି ଟ୍ରେନରେ ଗଲେ ୪୦୦ ରୁ ୮୦୦ ପାକିସ୍ତାନ ଟଙ୍କା ଦେବାକୁ ପଡିଥାଏ । ଏକ ତଥ୍ୟ ଅନୁଯାୟୀ ଭାରତ ତୁଳନାରେ ପାକିସ୍ତାନରେ ଗାଡି ଭଡା ପ୍ରାୟ ୨୨ ଗୁଣା ଅଧିକ । ପାକିସ୍ତାନରେ ଋଣଭାର ଏବେ ୬୦ ଟ୍ରିଲିୟନ ପାକିସ୍ତାନ ମୁଦ୍ରା । ପାକିସ୍ତାନରେ ଜିଡିପି ଏବେ ୮୯ ପ୍ରତିଶତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.