Below header

୮୦ ହଜାର ପୁରୀ ସହରବାସୀ ଦୀର୍ଘବର୍ଷ ହେବ ଜମିଜମା ବିବାଦରେ ଫସି ରହିଛନ୍ତି, ଏହାକୁ ନେଇ ଶ୍ରୀମନ୍ଦିର ଲ୍ୟାଣ୍ଡ ଓ ପ୍ରକଳ୍ପ ସବ କମିଟି ବୈଠକ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଲ୍ୟାଣ୍ଡ ଓ ପ୍ରକଳ୍ପ ସବ କମିଟି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଉଭୟ କମିଟିର ସବୁ ସଦସ୍ୟ ଉପସ୍ଥିତ ଥିଲେ । ବିଶେଷକରି ୮୦ ହଜାର ପୁରୀ ସହରବାସୀ ଦୀର୍ଘବର୍ଷ ହେବ ଜମିଜମା ବିବାଦରେ ଫସି ରହିଛନ୍ତି । ଆଉ ଏହାକୁ ଜଟିଳ କରିଥିଲା ଶ୍ରୀମନ୍ଦିର ୟୁନିଫାଏଡ ପଲିସି । ନିକଟରେ ରାଜ୍ୟ ସରକାର ଏହାର ସରଳୀକରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ମହାପ୍ରଭୁଙ୍କ ନାଁରେ ଥିବା ଜମି ଭୋଗ ଦଖଲରେ ଥିବା ପ୍ରଜାଙ୍କ ନାମରେ କିଭଳି ରେକର୍ଡ କରାଯିବ, ଜମି ପଟ୍ଟା ପାଇଁ କିଭଳି ଆବେଦନ କରିବେ ଲ୍ୟାଣ୍ଡ ସବ କମିଟି ବୈଠକରେ ଆଲୋଚନା କରାଯାଇଛି । ଆଜି ବୈଠକରେ ରୁଲ୍‌ ଫ୍ରେମ ନେଇ ମତାମତ ସଂଗ୍ରହ ହୋଇଛି । ଏହା ପୁରୀ ସହରବାସୀଙ୍କ ପାଇଁ ସ୍ୱାର୍ଥ ଉପଯୋଗୀ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.