ଆପଣଙ୍କ ପାଖରେ କେମିତି ପହଞ୍ଚେ କାର ଓ ବାଇକ୍‌, ଭିଡିଓ ସେୟାର କରି ଦେଖାଇଲା ରେଲୱେ

ଏବେ ଯାହା ପାଖରେ ଦେଖ କାର କିମ୍ବା ବାଇକ୍‌ ନିଶ୍ଚିତ ଥିବ। ଏହି ଗାଡ଼ିଗୁଡ଼ିକୁ ଲୋକମାନେ ନିକଟସ୍ଥ ଶୋରୁମ୍‌ କିମ୍ବା ଡିଲରଙ୍କ ଠାରୁ କିଣିଥାନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି, ଶୋରୁମ୍‌ ଯାଏଁ ଏସବୁ ଗାଡ଼ି ଆସେ କେମିତି ? ଆପଣ ଭାବୁଥିବେ ବଡ଼ ବଡ଼ ଟ୍ରକରେ ଗାଡ଼ିଗୁଡ଼ିକୁ ଲଦା ଯାଇ ଅଣାଯାଏ। କିନ୍ତୁ ଟ୍ରକ୍‌ ପର୍ଯ୍ୟନ୍ତ ଏହା କେମିତି ଆସେ ତାହା କେହି ଜାଣନ୍ତି ନାହିଁ। କାରଣ ଟ୍ରକ୍‌ ଗୁଡ଼ିକୁ ଟ୍ରାନ୍ସପୋର୍ଟ କମ୍ପାନୀମାନେ ଗାଡ଼ିକୁ ଦୂର ସ୍ଥାନକୁ ପଠାଇବାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗାଡ଼ି ଗୁଡ଼ିକୁ ଟ୍ରେନ୍‌ ସାହାଯ୍ୟରେ ପଠାଯାଏ। ଏତେ ଓଜନିଆ କାରକୁ ଅତି ସୁରକ୍ଷିତ ଭାବେ ରେଳ ବିଭାଗ ଶୋ’ ରୁମ୍‌ ଯାଏଁ ପହଞ୍ଚାଇଥାଏ।

ନିକଟରେ ଭାରତୀୟ ରେଳ (Indian Railways) ପକ୍ଷରୁ ଫେସ୍‌ବୁକ୍‌ରେ ଏହା ସହ ଜଡ଼ିତ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦେଖାଯାଇଛି ଯେ କେମିତି ଗାଡ଼ିଗୁଡ଼ିକୁ ରେଳ ଡବାରେ ଚଢ଼ାଯାଉଛି। ରେଳ ଡବାରେ ଗାଡ଼ିଗୁଡ଼ିକୁ କେମିତି ଠିକ୍‌ ତଥା ସୁରକ୍ଷିତ ଭାବେ ଚଢ଼ାଯାଉଛି, ତାହା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

Video Credit: Face Book / Ministry of Railways

ରେଲୱେ (Indian Railways) ପକ୍ଷରୁ ଭିଡିଓ ସେୟାର କରାଯାଇ ଲେଖାଯାଇଛି – ଅଟୋ ମୋବାଇଲ ପରିବହନରେ ପ୍ରଥମ ପସନ୍ଦ ବନିଛି ଭାରତୀୟ ରେଳ! ରେଳ ବିଭାଗ ପକ୍ଷରୁ କୁହାଯାଇଛି, ଭାରତୀୟ ରେଳର ଆଧୁନିକ ଓ ସୁରକ୍ଷିତ NMG ର‍୍ୟାକ୍‌ ସାହାଯ୍ୟରେ ତୀବ୍ର ଗତିରେ ଅଟୋ ମୋବାଇଲର ପରିବହନ କରାଯାଉଛି। ଫଳସ୍ୱରୂପ ଗତ ଆର୍ଥିକ ବର୍ଷ ତୁଳନାରେ ଏ ବର୍ଷ ୨୫ ପ୍ରତିଶତ ଅଧିକ NMG ର‍୍ୟାକ୍‌ରେ ଅଟୋ ମୋବାଇଲ ପରିବହନ କରାଯାଇଛି। ଏଥିସହ ହ୍ୟାସ୍‌ ଟ୍ୟାଗ୍‌ ଦିଆଯାଇ HungryForCargo, IndianRailways ଲେଖା ଯାଇଛି।

 

Image Credit: Face Book / Ministry of Railways

ସୂଚନାଯୋଗ୍ୟ ଯେ ଭାରତୀୟ ରେଳ ମାଧ୍ୟମରେ ଫଳ, ପନିପରିବା ଠାରୁ ଆରମ୍ଭ କରି ଅନ୍ୟ ଛୋଟ ବଡ଼ ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଏ। ଅନେକ ପାଓ୍ଵାର ହାଉସ୍‌ରେ କୋଇଲା ପହଞ୍ଚାଇବା ପାଇଁ ମଧ୍ୟ ଟ୍ରେନ୍‌ କିମ୍ବା ମାଲଗାଡ଼ି ବ୍ୟବହାର କରାଯାଏ। କାରଣ ଏତେ ମାତ୍ରାରେ କୋଇଲାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇବା ସହଜ ହୋଇନଥାଏ। କେବଳ ରେଳ ଗାଡ଼ି ମାଧ୍ୟମରେ ହିଁ ଏହାର ପରିବହନ ସମ୍ଭବ।

Also Read: ଏଆର୍‌ ରହମାନ୍‌ଙ୍କ ଝିଅ ବାହାଘର, ସାମ୍ନାକୁ ଆସିଲା ବିବାହ ବେଳର ପ୍ରଥମ ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.