Below header

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରଭୁଙ୍କୁ ଅର୍ପଣ କରାଗଲା ନିମନ୍ତ୍ରଣ ପତ୍ର

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଅର୍ପଣ କରାଗଲା । ନିମନ୍ତ୍ରଣ ପତ୍ର ପାଟ ପଟୁଆରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଶ୍ରୀମନ୍ଦିର ଯାଇଥିଲା।

ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମାଆ ବିମଳା,ମାଆ ମଙ୍ଗଳା ଓ ଶେଷରେ ପଞ୍ଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା । ୨୪ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହେବ ନିମନ୍ତ୍ରଣ। ଏହାପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ୧୦୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଯିବ । ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିର, ଚାରି ଧାମ, ଚାରି ଶଂକରାଚାର୍ଯ୍ଯଙ୍କୁ ନିମନ୍ତ୍ରଣ କରାଯିବ। ନିମନ୍ତ୍ରଣ ପତ୍ର ସହିତ ଏକ ସ୍ୱତନ୍ତ୍ର କିଟ୍ ଦିଆଯିବ। ଏଥିରେ ପରିକ୍ରମା ପ୍ରକଳ୍ପକୁ ନେଇ ତଥ୍ୟ ସମ୍ବଳିତ ବ୍ରୋଚର ରହିବ।

ଏଥିରେ ପରିକ୍ରମା ପ୍ରକଳ୍ପ କଣ, ଭକ୍ତ ଓ ଦର୍ଶନାର୍ଥୀମାନେ କି ସୁବିଧା ପାଇବେ ସେ ସମ୍ପର୍କରେ ଅବଗତ ହୋଇ ପାରିବେ। ଆସନ୍ତାକାଲି ଠାରୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଆରମ୍ଭ ହେବ । ଏଥିପାଇଁ ଜିଲ୍ଲାୱାରୀ ଏକ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁଥିରେ ୭୪୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ମନ୍ଦିର, ଏଭଳି ୮୫୭ଟି ମନ୍ଦିର ରହିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.